ହେଡଲାଇନସ୍:

ସି.ଆର.ପି.ଏଫ ର ଜୋରଦାର କମ୍ବିଂ : ପୁଣି ଏକ ମାଓ କ୍ୟାମ୍ପ ଧ୍ୱଂସ  ବିପୁଳ ମାଓ ସାମଗ୍ରୀ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ କୁମାର ପୁରୋହିତ)  ଜିଲ୍ଲା ସଦର ମହକୁମା ଠାରୁ ୨୦ କି.ମି  ଦୂରରେ ଧରମବନ୍ଧା ଥାନା ଅନ୍ତର୍ଗତ ଓଡିଶା-ଛତିଶଗଡ ସୀମାନ୍ତବର୍ତୀ -ବାଞିପାଣି-ପଣ୍ଡରୀପାଣି ଓ ସନ୍ତୋଷ ପଡା ନିକଟସ୍ଥ ଜଙ୍ଗଲରେ ଏକ ମାଓକ୍ୟାମ୍ପ ଠାବ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା-ଛତିଶଗଡ ସୀମାନ୍ତରେ ପୋଲିସର କମ୍ବିଂ ଅପରେସନ ଜାରି ରହିଥିବା ବେଳ ଗତକାଲି  ରାତିରେ ସିଆରପିଏଫ ଏବଂ ଜିଲ୍ଲା ପୋଲିସର ମିଳିତ କମ୍ବି ଅପରେସନ ଜାରି ରହିଥିଲା । କମ୍ବି ବେଳେ ଉକ୍ତ ଅଂଚଳରୁ ଏକ ମାଓ କ୍ୟାମ୍ପ ଯବାନ ମାନେ ଠାବ କରିଥିଲେ । ଯବାନ ମାନେ ଆସୁଥିବା  ଆଗୁଆ ସୂଚନା ପାଇ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନରେ ଉକ୍ତ ମାଓକ୍ୟାମ୍ପରୁ ୨ଟି ରାଇଫଲ-୧୨ଟି ଜିଲୋଟିନ ୨୫ଟି ଡିଟୋନେଟର ୫ କେଜି ବିସ୍ଫୋରଣ, ବ୍ୟାପକ  ମାଓ ପୋଷ୍ଟ ସହ ନାଳି କପଡା ଜବତ କରାଯାଇଛି । 

0
0
0
s2sdefault