ହେଡଲାଇନସ୍:

କଣ ଚାଲିଛି  ଏସବୁ,କାହାକୁ ଦାୟୀ କରିବା !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାବାଳିକା ଛାତ୍ରୀକୁ ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟୟନଓ ବିଦ୍ୟାଭ୍ୟାସ ମାଧ୍ୟମରେ ଜ୍ଞାନ ଅର୍ଜନ କରିବା ଛାତ୍ରୀଜୀବନର ପ୍ରଧାନ ଲକ୍ଷ୍ୟ ହୋଇଥାଏ । ଏହି ଅଧ୍ୟୟନ ଓ ବିଦ୍ୟାଭ୍ୟାସ ଶୃଙ୍ଖଳାର ସୁଦୃଢ଼ ଭିତ୍ତି ଉପରେ ଦଣ୍ଡାୟମାନ ହେବା ଆବଶ୍ୟକ । ନିୟମାନୁବର୍ତ୍ତିତା ଓ ସମୟାନୁବର୍ତ୍ତିତା ଶୃଙ୍ଖଳାର ଦୁଇଟି ପ୍ରଧାନ ଅଙ୍ଗ ହୋଇଥିବା ସମୟରେ ବର୍ତ୍ତମାନର ଛାତ୍ର ସମାଜ ମଧ୍ୟରୁ କେତେକ ଉତ୍ସୃଙ୍ଖଳିତ ଛାତ୍ର ଏଦିଗରୁ ନିଜର ଧ୍ୟାନ ହଟାଇ କୁଚିନ୍ତା, କୁକର୍ମକୁ ଆପଣେଇ ନେବା ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି । ଏହିଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ତଥା ବାରିପଦା ସଦରଥାନା ଅଞ୍ଚଳରେ ଘଟିଥିବାର ପରିଲକ୍ଷିତ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଶାମାଖୁଣ୍ଟା ବ୍ଲକ ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ଫେବୃଆରୀ ୧୦ରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜାକୁ ବିଦ୍ୟାଳୟରେ ଅଧ୍ୟୟନରତ  ଛାତ୍ରଛାତ୍ରୀମାନେ ଧୁମଧାମରେ ପାଳନ କରିଥିଲେ । ଏହାର ଫାଇଦା ଉଠାଇବାକୁ ଯାଇ ୧୦ମ ଶ୍ରେଣୀର ନାବାଳକ ଛାତ୍ର ୮ମ ଶ୍ରେଣୀ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲା । ପିଡ଼ିତା ନାବାଳିକା ଉକ୍ତ ଘଟଣା ପରିବାରର ସଦସ୍ୟମାନଙ୍କ ନିକଟରେ ପ୍ରକାଶ କରିବା ପରେ  ଆଜି ବାରିପଦା ସଦର ଥାନାରେ ନାବାଳିକାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ଥାନାରେ ୧୧/୨୦୧୯ରେ ଏକ ମାମଲା ରୁଜୁ ହେବା ସହିତ ଏହା ଉପରେ ତଦନ୍ତ ଆରମ୍ଭ ହୋଇଥିବାର ଜଣାପଡ଼ିଛି । 

 

0
0
0
s2sdefault