ହେଡଲାଇନସ୍:

 ହତ୍ୟାକାଣ୍ଡ ପଛରେ ପ୍ରଭାବଶାଳୀ ବିଜେଡି ନେତା !!!! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବହୁ ଚର୍ଚ୍ଚିତ ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ:

ମୁଖ୍ୟ ଅଭିଯୁକ୍ତ ରାଜା କୋର୍ଟରେ ଆତ୍ମ ସମର୍ପଣ କଲା

ନିରପେକ୍ଷ ତଦନ୍ତ ନିମନ୍ତେ ଜିଲାରେ ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ଦାବି 

ବାରିପଦା/Dillip Mohanty - ବାରିପଦା ଯମୁନାଦେଇପୁର ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ଘଟଣାରେ ଫେରାର ରହିଥିବା ମୁଖ୍ୟ ଖଳନାୟକ ରାଜା ଦାସ ଶେଷରେ ଗୁରୁବାର ବାରିପଦା ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରାଙ୍କ କୋର୍ଟରେ ଆତ୍ମସମର୍ପଣ କରିଛି । ଏହାପରେ ରାଜାର ଓକିଲ ଜାମିନ ନିମନ୍ତେ ଆବଦେନ କରିଥିଲେ; ମାତ୍ର ବିଚାରପତି ଜାମିନକୁ ଖାରଜ କରି ଦେବା ସଂଗେସଂଗେ ତାଙ୍କୁ ହାଜତକୁ ପଠାଇ ଦେଇଥିଲେ । ପ୍ରକାଶ ଥାଉକି, ସ୍ଥାନୀୟ ବାରିପଦା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ମହାନ୍ତ ତାଙ୍କର ଯମୁନାଦେଇପୁରସ୍ଥିତ ବାସଭବନରୁ ଗତ ସେପ୍ଟେମ୍ବର ୨୫ ରାତିରୁ ନିଖୋଜ ରହିଥିଲେ । ତାଙ୍କ ନିଖୋଜ ଘଟଣାକୁ ନେଇ ଧର୍ମପତ୍ନୀ ସ୍ନେହପ୍ରଭା ମହାନ୍ତ ସେପ୍ଟେମ୍ବର ୨୬ରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ସେହି ସମୟରେ ଥାନା ପୁଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା । ବିଭିନ୍ନ ମହଲରୁ ପୁଲିସ ସମାଲୋଚନାର ସମ୍ମୁଖୀନ ହେବାପରେ ଏବଂ  ଘଟଣାର ୧୭ ଦିନ ଅତୀତ ହୋଇସାରିଥିବା ବେଳେ ୧୨.୧୦.୨୦୧୭ରେ ସୁଧୀର ମହାନ୍ତଙ୍କ ମୃତ ଦେହକୁ ବେତନଟୀ ଥାନା ଅଧୀନରେ ଥିବା ଆମ୍ବେଯାଡ଼ା ଜଙ୍ଗଲ ମଧ୍ୟରୁ ମାଟି ତଳୁ ତାଙ୍କର ଶବକୁ ଉଦ୍ଧାର କରିବାରେ ସଫଳ ହେବା ସହିତ ତକତପୁରରେ ବସବାସ କରୁଥିବା ଏବଂ ୧୮ ନମ୍ବର ଜାତୀୟ ରାଜପଥର ମୁରଗାବାଡ଼ି ରଙ୍ଗ ଫେକ୍ଟରୀ ନିକଟରେ ଗେରେଜ କରିଥିବା ଶେକ୍ ରାଜୁ ଅନ୍ୟ ଜଣେ ଅଭିଯୁକ୍ତ ଆମ୍ବେଯାଡ଼ା ଗ୍ରାମର ଅଜୟ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ରାଜାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇ ଥିଲେ । ପୁଲିସ ରାଜାକୁ ଧରିବା ନିମନ୍ତେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ତାର କୌଣସି ଖୋଜଖବର ପାଇପାରି ନ ଥିଲା । ଏକ ଜମି କିଣାବିକାକୁ କେନ୍ଦ୍ର କରି ଏବଂ ଟଙ୍କା ଲୁଟ ଉଦ୍ୟମ ନିମନ୍ତେ ଏହି ହତ୍ୟାକାଣ୍ଡ ଭିଆଇ ଥିବାର ଅଭିଯୁକ୍ତମାନେ ପୂର୍ବରୁ ପୁଲିସ ନିକଟରେ ବୟାନ ଦେଇଥିଲେ । ମାତ୍ର ସୁଧୀର ମହାନ୍ତ ହତ୍ୟାକାଣ୍ଡ ଘଟଣାକୁ ନେଇ ସହରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଅଦ୍ୟାବଧି ଜାରି ରହିଛି । ଏହା ପଛରେ ଶାସକ ବିଜଦ ଦଳର ଏକ ପ୍ରଭାବଶାଳୀ ନେତାର ସମ୍ପୃକ୍ତିକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେଣୁ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ଜିଲାରେ ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ଦାବି କରାଯାଇ ଆସୁଛି । ରାଜୁ ନାମରେ ବାରିପଦା ଟାଉନ ଥାନାରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୪, ୩୦୨, ୨୦୧, ୪୫୭, ୩୮୦ ଓ ୩୪ ଅନୁସାରେ ଓ କେଶ ନଂ ୩୯/୨୦୧୭ରେ  ମାମଲା ରୁଜୁ କରାଯାଇଛି ।

 

 

0
0
0
s2sdefault