ହେଡଲାଇନସ୍:

୭ ବର୍ଷିୟ ଶିଶୁକୁ ୩୧ ଚେଙ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ୭ ବର୍ଷିୟ ଶିଶୁ ପୁତ୍ରକୁ ଗୁଣି ଗାରେଡି ଚିକିତ୍ସା କରି ଗୁଣିଆ ୩୧ଟି ଚେଙ୍କ ଦେବା ପରେ ସେ ଗୁରୁତର ହୋଇପଡିଥିଲା  । ପରିବାର ଲୋକେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରିଛନ୍ତି  । ସମ୍ପ୍ରତି ସେ ଚିକିତ୍ସାଧିନ ରହିଛି  । ତା’ର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି  ।

ଖବରରୁ ପ୍ରକାଶ ଯେ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଂଚଳର ବାବୁଲାଲ ବାଗେଙ୍କ ପୁଅ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ସ୍ଥିତ ନିଜ ମାମୁ ଘରକୁ ଯାଇଥିଲା । ସେଠାରେ ତା’ର ରକ୍ତହିନତା ଓ ଜ୍ୱର ଲାଗି ଡାକ୍ତର ପରିବର୍ତେ ଏକ ଗୁଣିଆ ପାଖକୁ ନେଇ ଦେଖାଇଥିଲେ ମାମୁ ଘର ଲୋକେ  । ସେଠାରେ ଗୁଣିଆ ତା’ର ପେଟରେ ଗୋଟିଏ ଦୁଇଟି ନୁହେଁ ୩୧ଟି ଚେଙ୍କ ଦେଇଥିଲା । ଘରକୁ ଫେରି ଶିଶୁଟି ଅଧିକ ଅସୁସ୍ଥ ହୋଇପଡିବାରୁ ତାକୁ ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ୨ବର୍ଷର ପିଲା ଠାରୁ ୧୦ବର୍ଷ ପିଲାକୁ ବିଭିନ୍ନ ରୋଗ ଲାଗି ଏଭଳି ଚେଙ୍କ ଦେଇ ନାନା ରୋଗର ଚିକିତ୍ସା କରାଯାଉଥିବାରୁ ଜିଲ୍ଲାରେ ଅନେକ ଜୀବନ ଅକାଳରେ ଚାଲିଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଗ୍ରାମାଂଚଳରେ ସଚେତନତା କରାଯାଉ ନଥିବାରୁ ଏସବୁ ସମସ୍ୟା ବଢିବାରେ ଲାଗିଛି । 

0
0
0
s2sdefault