ହେଡଲାଇନସ୍:

ଡୁଙ୍ଗୁରିପାଲି ରାଜୀବ ଭବନରେ ଦୁବୃର୍ତ୍ତଙ୍କ ଫାଙ୍କା ଗୁଲି ଚାଳନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍  ରାଜିବ ଭବନ ସେବାକେନ୍ଦ୍ର ଠାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ  ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ଜନୈକ ଅଜଣା ଲୋକ ଆସି ଫାଙ୍କା ଗୁଲିଚାଳନା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । 

ସୂଚନାରୁ ପ୍ରକାଶ ଯେ, ରାଜିବ ଭବନ ସେବାକେନ୍ଦ୍ର ସଭାଗୃହରେ ସୋମବାର ଅପରାହ୍ନରେ ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ସମସ୍ତ ସରପଞ୍ଚ, ଇ.ଓ. ଙ୍କୁ ନେଇ ବି.ଡି.ଓ. ସହଦେବ ସମାଧିଆ, ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ, ଏ.ବି.ଡି.ଓ. ଶଶିଭୂଷଣ ପଧାନ ଓ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁଭ୍ରାଂଶୁ ଶେଖର ମଲ୍ଲିକ ଆଲୋଚନା କରୁଥିଲେ । ଏହି ସମୟରେ ଏକ ଦୁବୃର୍ତ୍ତ ଲୋକ ଗୋଟିଏ ଧଳା  କାର ରେ ଆସି ବ୍ଲକ ଅଫିସ ସମ୍ମୁଖରେ ରଖି ପ୍ରଥମେ ବି.ଡି.ଓ.ଙ୍କ ଅଫିସକୁ ଯାଇଥିଲେ ଏବଂ ବି.ଡି.ଓ. କୁଆଡେ ଗଲେ ବୋଲି ପ·ରି ରାଜିବ ଭବନରେ ବୈଠକ ·ଲୁଥିବା ସଭା ଗୃହକୁ ଯାଇ ଜନୈକ ଇ.ଓ. ଙ୍କୁ ଡାକି ହଠାତ୍ ରାଗିଯାଇ ଅଶ୍ଲୀଲ ବ୍ୟବହାର ଦେଖାଇ ଉପରକୁ ଫାଙ୍କା ଗୁଲି ·ଲନା କରିଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କ ଠାରୁ ଜଣାପଡିଛି । ବୈଠକରେ ହୋ ହାଲ୍ଲା ହୋଇ ଭୟର ବାତାବରଣ ଦେଖା ଦେଇଥିଲା ସରପଞ୍ଚ ମାନେ ଉକ୍ତ ଲୋକଙ୍କୁ ଚିହ୍ନିଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ଜାଣି ପାରି ନାହାନ୍ତି । ତାଙ୍କୁ ଧରିବା ବେଳେ ଠିଆ ଥିବା ମଟର ସାଇକେଲ ଗୁଡିକ ତଲେ ପଡିଯାଇଥିଲା । ତାର ଅନୁମାନିକ ବୟସ ୫୦ ବର୍ଷ ପାଖାପାଖି ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ପୋଲିସ ପହଂଚିବା  ପରେ  ପୁଣି ପ୍ରସ୍ତୁତି ବୈଠକ ବସିଥିଲା । ଘଟଣାର ଖବର ପାଇଁ ଡୁଙ୍ଗୁରିପାଲି ଏସ୍.ଆଇ. ଜେ.ଏସ୍. ସାହୁ, ଏ.ଏସ୍.ଆଇ. ପ୍ରଦୀପ ବାଘ ଆଇ.ଆଇ.ସି. ନିରଞ୍ଜନ ଦାଶ ଘଟଣା ସ୍ଥଳରେ ପହଂଚି  ମାଟି ଓ କିଛି ଖୁକା ଜବତ କରିଥିଲେ । ବି.ଡି.ଓ.  ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ତଦନ୍ତ କରି କେସ ନଂ ଦଫା୨୩/୧୧, ୪୪୮/୨୯୩, ୫୦୬ ଆ.ପି.ସି ୨୫୨୭ ଆର୍ମସ୍ ଆକ୍ଟ ରୁଜୁ କରି ତଦନ୍ତ ଜାରି କରିଛି ।

 

0
0
0
s2sdefault