ଟ୍ରକ୍‌ ଲାଗି ଛିଣ୍ଡିଲା ବିଦ୍ୟୁତ୍‌ ତାର, ପ୍ରତିବାଦରେ ରାସ୍ତାରୋକୋ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ :  ବରଗଡ଼ ହସ୍ପିଟାଲ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସୋମବାର ଏକ ଟ୍ରକ୍‌ରେ ଲାଗି ଛିଣ୍ଡି ପଡ଼ିଛି । ତାର ଛିଣ୍ଡିବା ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି। ଫଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି। ଅନ୍ୟପଟେ ବିଦୁତ୍‌ ତାର ଛିଣ୍ଡିବା ଯୋଗୁ ହାଇ ଭୋଲ୍‌ଟେଜ୍‌ ହେବାରୁ ସମ୍ପୃକ୍ତ ଅଞ୍ଚଳର ଅନେକ ଟିଭି ଏବଂ ଚାର୍ଜରେ ବସିଥିବା ମୋବାଇଲ ଫୋନ ପୋଡ଼ିଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତାରୋକୋ କରିଛନ୍ତି। ପୋଲିସ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛି । 

ପ୍ରକାଶ ଯେ, ହସ୍ପିଟାଲ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଏହି ରାସ୍ତାରେ ଭାରିଯାନ ଯାତାୟାତ କରୁଥିବା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି । ଏପରିକି ଆମ୍ବୁଲାନ୍ସ ତଥା ରୋଗୀଙ୍କୁ ଡାକ୍ତରଖାନା ନେଉଥିବା ଗାଡ଼ି ମଧ୍ୟ ଅନେକ ସମୟରେ ଅଟକି ରହୁଛି। ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। 

0
0
0
s2sdefault