ଏମିତି କିଛି ଲୋକଙ୍କ ପାଇଁ ସମଗ୍ର ଜାତିଟା ବଦନାମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶ୍ରମ ଓ ଶକ୍ତି ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପୀଡ଼ିତାଙ୍କ ପରିବାର ପାଇଲେ ନ୍ୟାୟ 

  କୋର୍ଟ ଚାଲାଣ ହେଲେ କାମୁକ ପୋଲିସ ଅଧିକାରୀ ଓ ଦୁଷ୍କର୍ମକାରୀ ଯୁବକ

ବରଗଡ(ଗୌରାଙ୍ଗ  ଚରଣ ଦାଶ)-ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅଚଂଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର  ଘଟଣାରେ ପୋଲିସ ଦୁଷ୍କର୍ମକାରୀ ଅଭିଯୁକ୍ତ ରିକୁ ନାଗ ଓ ପୋଲିସ ଅଧିକାରୀ ବନମାଳୀ କୁଅଁରଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ ବରଗଡର ଏକ ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରିଛି । ଆଜି ସକାଳେ ଉଭୟ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ବରଗଡ ଡାକ୍ତରଖାନାକୁ ପଠାଯାଇଥିଲା । ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବା ଘଟଣାରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପ୍ରଂଶସନୀୟ ଭୂମିକା ରହିଛି । ଗତ ଶୁକ୍ରବାର ସକାଳୁ ଝିଅ ଟିଉସନ ଯିବା ବାଟରେ ନିଖୋଜ ହୋଇଥିଲା । ମେଲଛାମୁଣ୍ଡା ଥାନାରେ ପରିବାର ଲୋକେ ଅଭିଯୋଗ କରିବାରୁ ପୋଲିସ ଖୋଜାଖୋଜି କରି ପାଇ ନଥିଲା । ଗତ ଶନିବାର ସନ୍ଧ୍ୟାରେ ମେଲଛାମୁଣ୍ଡା ପୋଲିସ ପୀଡିତା ଝିଅକୁ ସୋହେଲା ଥାନା ଛକରୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଥିଲେ । ଘରେ ପୀଡିତା ସମସ୍ତ ଘଟଣା ପିତାମାତାଙ୍କ ଆଗରେ କହିଥିଲା । ରବିବାର ଦିନ ମେଲଛାମୁଣ୍ଡା ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ସୋହେଲା ଥାନାକୁ ଆଣିଥିଲେ । ଝିଅକୁ ବରଗଡ ଡାକ୍ତରଖାନାକୁ ଡାକ୍ତରୀ ମାଇନା କରିବା ପାଇଁ  ନେବା ପୂର୍ବରୁ ସୋହେଲା ପୋଲିସ ଆଗରେ ଝିଅର ବାପାମାଆ ଝିଅଠାରୁ ଶୁଣିଥିବା ସମସ୍ତ ଘଟଣା କହିଥିଲେ । ଯେହେତୁ ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ସଂପୃକ୍ତ ଅଛନ୍ତି ସେଥିପାଇଁ ପୋଲିସର ପ୍ରତିକ୍ରିୟାକୁ ଦେଖି ସେମାନେ ନ୍ୟାୟ ପାଇବାର ଆଶା ଛାଡି ଦେଇଥିଲେ । ଅନ୍ୟ ଉପାୟ ନ ପାଇ ଝିଅର ମାତାପିତା ସୋହେଲାରେ ଅବସ୍ଥାନ କରୁଥିବା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପାଖକୁ ଯାଇ ସମସ୍ତ କଥା କହିଥିଲେ । ଘଟଣା ଶୁଣିବା ପରେ ସମୁର୍ଣ୍ଣ ଭାବେ ଭାବପ୍ରବଣ ହୋଇ ପଡ଼ିଥିଲେ ମନ୍ତ୍ରୀ ଶ୍ରୀ ସିଂ | କୌଣସି ପରିସ୍ଥିତିରେ ଏ ହୀନ କର୍ମ କରିଥିବା ବ୍ୟକ୍ତିକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ |  ମନ୍ତ୍ରୀ ଶ୍ରୀ ସିଂହ ସେମାନଙ୍କୁ ନ୍ୟାୟ ପାଇବାର ଆଶା ଦେଇ ଦୋଷୀମାନଙ୍କ ବିରୋଧରେ ଲଜେପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶ୍ୱାସନା ଦେଇଥିଲେ । ଜଣେ ଦାଇତ୍ୱସମ୍ପନ୍ନ ଜଣ ପ୍ରତିନିଧି ଭାବେ ମନ୍ତ୍ରୀ ଶ୍ରୀ ସିଂ  ଏନେଇ ମନ୍ତ୍ରୀ ଶ୍ରୀ ସିଂହ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଯିଏ ବି ଦୋଷୀ ତାକୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ରାତିରେ ଏଏସଆଇ କୁଅଁରକୁ ବରଗଡ ଏସପି ମୁକେଶ ଭାମୁ ନିଳମ୍ବିତ କରିଥିଲେ । ମନ୍ତ୍ରୀଙ୍କ ଏତାଦୃଶ ପଦକ୍ଷେପକୁ ପୀଡିତାଙ୍କ ପରିବାର ପ୍ରଶଂସା କରିବା ସହ  ମନ୍ତ୍ରୀଙ୍କ ଯୋଗୁଁ ତାଙ୍କ ଝିଅ ପ୍ରତି ହୀନ କର୍ମ କରିଥିବା  ଦଣ୍ଡ ପାଇ ପାରିଲା ବୋଲି ଝିଅର ପରିବାର ପ୍ରକାଶ କରିଛନ୍ତି । କାରଣ ଜଣେ ଖାକି ବର୍ଦ୍ଦିଧାରୀ ଏହି ଘଟଣାରେ ସଂପୃକ୍ତ ଥିବାରୁ ନ୍ୟାୟ ପାଇବେ ବୋଲି ପୀଡିତାଙ୍କ ପରିବାର ଆଶା କରି ନଥିଲେ । ଯାହା ବି ହେଉ ପ୍ରଥମ ପର୍ଯ୍ୟାୟରେ ଝିଅକୁ ନ୍ୟାୟ ମିଳିଛି ଆଗକୁ ଯେପରି କୋର୍ଟରେ ତାଙ୍କ ଝିଅ ନ୍ୟାୟ ପାଇବ ସେଥିପ୍ରତି ପୋଲିସ ସହଯୋଗ କରିବ ବୋଲି ଆଶା କରିଛନ୍ତି । ଆଜି ଥାନାରେ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହି ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ବୋଲି କହିଥିଲେ । ଘଟଣାର ତଦନ୍ତଭାର ସୋହେଲାରେ ନବ ନିଯୁକ୍ତ ମହିଳା ଏସଆଇ ସୁଶୀଲା ଟିଗା ନେଇଛନ୍ତି । ଏମିତି କିଛି ଲୋକଙ୍କ ପାଇଁ ସମଗ୍ର ଜାତିଟା ବଦନାମ ହୋଇ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚ ହେବ ସହ ମନ୍ତ୍ରୀ ଶ୍ରୀ ସିଂଙ୍କ ସମୟଚିତ ହସ୍ତକ୍ଷେପକୁ ପ୍ରଶଂସା କରିଛନ୍ତି | 

 

 

 

 

 

0
0
0
s2sdefault