ହେଡଲାଇନସ୍:

ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ; ୧ ମୃତ, ୨ ଗୁରୁତ୍ତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ବାଳେଡ଼ୁଙ୍ଗରୀ ନିକଟରେ ଆଜି ଏକ କମାଣ୍ଡର ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲିଟି ପଡ଼ିବା ଫଳରେ ଘଟଣାସ୍ଥଳରେ ବିଜାତୋଳା ବ୍ଲକର ବଡ଼ବିଲ ଗ୍ରାମର ମହିଳା ଡୁବନୀ ନାଏକ(୩୦)ର  ମୃତୁ୍ୟ ହୋଇଥିବା ବେଳେ ପାଶି ନାଏକ ଓ ଶ୍ରୀରାମ ନାଏକଙ୍କ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆହତ ୨ ଜଣଙ୍କୁ ଚିକିତ୍ସା ନିମନ୍ତରେ ରାଇରଙ୍ଗପୁର ହସପିଟାଲରରେ ଭର୍ତ୍ତି କରାଯାଇଛି । ଖବରପାଇ ଗୋରୁମହିଷାଣି ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଓଆର ୦୫ -୪୭୯୬ ନମ୍ବର ବିଶିଷ୍ଟ କମାଣ୍ଡରକୁ ଜବତ କରି ଥାନାକୁ ନେଇଯାଇଛି । ଏଥି ସହିତ ଥାନାରେ କେଶ ନଂ ୬/୨୦୧୯ରେ ଏକ ମାମଲା ମଧ୍ୟ ରୁଜୁ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ବିଜାତୋଳା ବ୍ଲକର ବଡ଼ବିଲ ଗ୍ରାମର ଜନସାଧାରଣ ସେମାନଙ୍କର କଣ୍ଟେ୍ରାଲ ଚାଉଳ ନିକଟସ୍ଥ ମଢେ଼ଇକୋଚା ଗ୍ରାମପଞ୍ଚାୟତରୁ ନେଇ ଅପରାହ୍ନ ପ୍ରାୟ ୨ଟାରେ କମାଣ୍ଡରରେ ଘରକୁ ଫେରୁଥିବା ବେଳେ ବାଳେଡ଼ୁଙ୍ଗରୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କମାଣ୍ଡର ଓଲଟିବା ପରେ ଏହାର ଚାଳକ ଗାଡ଼ିକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । 

 

0
0
0
s2sdefault