ମହିଳାଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନେ୍ଦହ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/ଦିଲ୍ଲୀପ ମହାନ୍ତି :, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅର୍ନ୍ତଗତ ଡୁମୁରିଆ ଗାଁ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ କଡରେ ଥିବା ରିଜର୍ଭ ଫେରେଷ୍ଟ ଜଲଙ୍ଗନିକଟରୁ ଗୁରୁବାର ପୁଲିସ ଜଣେ ଅଜଣା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି । ଏନେଇ ପୁଲିସ ଥାନାରେ ୩/୧୯ନମ୍ବରରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ହତ୍ୟା ସନେ୍ଦହ କରି ଉକ୍ତ ଦିଗରେ ତଦନ୍ତ ଆରମ୍ଭ କରିଛି ବୋଲି ଶୁଳିଆପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ,ଉକ୍ତ ରିଜର୍ଭ ଜଙ୍ଗଲ ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ିଥିବା ଦେଖି ଗୁରୁବାର ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ମହିଳା ଜଣଙ୍କର ଶବ ଗଳିତ ହୋଇଯାଇଥିବା ବେଳେ ମୁହଁ ଫୁଲିଯାଇଛି । ତେବେ ମହିଳା ଜଣଙ୍କର ୩ରୁ ୪ଦିନ ପୂର୍ବରୁ ମୃତ ହୋଇଯାଇଥିବା ଜଣାପଡ଼ିଛି । ତେବେ ମୃତ ମହିଳାଙ୍କ ବୟସ ୩୦ରୁ ୩୫ବର୍ଷ ହୋଇଥିବା ପୁଲିସ ଅନୁମାନ କରୁଥିବା ବେଳେ ରଙ୍ଗ କଳା ରହିଥିବା କହିଛି । ତେବେ ପୁଲିସ ଏହାକୁ ଏକ ହତ୍ୟା ସନେ୍ଦହ କରି ତଦନ୍ତ ଆରମ୍ଭ କରିଛି ।

 

0
0
0
s2sdefault