ହେଡଲାଇନସ୍:

ବିଜେପି ଜିଲା ସଭାପତି କୃଷ୍ଣଚନ୍ଦ୍ର-ବିଜେପି ଜିଲା ସଭପତିଙ୍କ ବାସଗୃହରେ ଭୂବନେଶ୍ୱର କମିଶନରେଟ ପୁଲିସର ଚଢ଼ାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସୂଚନା ପାଇ ଆଖି ସାମନା ଦେଇ ଫେରାର ହୋଇଗଲେ

ସୁରକ୍ଷା ଦେବାକୁ ଆଗେଇ ଆସି ବିଜେଡ଼ିର ଚକ୍ରାନ୍ତ ବୋଲି ଚିତ୍ରଣ କଲେ ବିଜେପି-

ବିଜେଡ଼ିର ଚକ୍ରାନ୍ତ କହି ଖସି ପାରିବେ ନାହିଁ ଦୁର୍ନୀତିଗ୍ରସ୍ତ ବିଜେପି ନେତା କୃଷ୍ଣଚନ୍ଦ୍ର –ବିଜେଡ଼ି

ବାରିପଦା/ଦିଲ୍ଲୀପ ମହାନ୍ତି - ଆମେ ଶାସକ ପ୍ରଶାସକରେ ବିଜେପି  ମୟୁରଭଞ୍ଜ ଜିଲ୍ଲା ସଭାପତି ବାବୁ ମହାପାତ୍ରଙ୍କ କିଛି କାର୍ନାମା ଉପରେ ପ୍ରକାଶ କରିଥିଲୁ । କେମିତି ସରକାରୀ ଜମି ଜବର ଦାଖଲ କରିଛନ୍ତି, କେମିତଗ ନିଜ ଗାଡି ଚକତଳେ ପ୍ରଵାହରାଇଥିବା ଯନ୍ତ୍ର ଆଦିବାସୀ ଯୁବକଂକ ପରିବାରକୁ ପ୍ରତିଶୃତିଦେଇ ପ୍ରତାରଣା କରିଛନ୍ତି ଇତ୍ୟାଦି ଇତ୍ୟାଦି.। ହେଲେ ଏବେ ବାରିପଦାର ଚୌହଦୀ ଦେଇ ବାବୁଙ୍କ କାର୍ନାମା ପହଂଚିଛି ରାଜଧାନୀ ଭୁବନେଶ୍ୱର ରେ । ଆଉ ସେଇଥି ପାଇଁ ବାବୁ ମହାପାତ୍ରଙ୍କ ବାରିପଦା ପୌରପରିଷଦସ୍ଥିତ ୩ ନମ୍ବର ୱାଡର଼୍ ଫରେଷ୍ଟ କଲୋନୀସାହି ବାସଭବନକୁ ଭୂବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଶୁକ୍ରବାର ଦିନ  ଚଢ଼ାଉ କରାଯାଇ ଥିଲା । କୌଣସି ସୂତ୍ରରୁ ଖବର ପାଇ ବିଜେପି ଜିଲା ସଭାପତି ବାବୁ ମହାପାତ୍ର କୌଶଳ କ୍ରମେ ଖସିଯାଇ ଥିବା ବେଳେ ଭୂବନେଶ୍ୱର କମିଶନରେଟ ପୁଲିସ ଶେଷରେ ଶିଶୁପାଳ ହୋଇ ଖାଲି ହାତରେ ଫରିଯିବାକୁ ବାଧ୍ୟ ହୋଇଥିଲେ । ଆଜିକାଲି ଅତ୍ୟାଧୁନିକ ଯୁଗରେ ରହିଥିବା ବ୍ୟବସ୍ଥା ମଧ୍ୟରେ କମିଶନରେଟ ପୁଲିସକୁ ଚକ୍ମା ଦେଇ ଆଖି ସାମନାରେ ଖସିଯିବାକୁ ସହଜରେ ଜନସାଧାରଣ ଗ୍ରହଣ କରିପାରି ନାହାନ୍ତି । ଏହା ପୁଲିସର ଏକ ପ୍ରହସନ ରହିଥିଲା । ତାର ମୋବାଇଲକୁ ଟ୍ରାକିଂରେ ପକାଇ ଜିପିଆରଏସ ରିଡ଼ିଂ ସହାୟତାରେ ପୁଲିସ ତାକୁ ଅତି ସହଜରେ ଠାବ କରି ଧରିପାରି ଥାନ୍ତେ ବୋଲି ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । 

                  ବିଜେପିର ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କେବଳ ଜଣେ ନେତା ଭାବେ ଜଣାଶୁଣା ନୁହନ୍ତି । କୃଷ୍ଣଙ୍କର ଷୋଢ଼ଶ କଳା ଭଳି ତାଙ୍କର ମଧ୍ୟ ବିଭିନ୍ନ ରୂପ ଜନସାଧାରଣଙ୍କ ସମ୍ମୁଖକୁ ଆସିବା ଆରମ୍ଭ କରିଛି । ପ୍ରଥମେ ଜାମଶୋଳା ତନଖି ଫାଟକରେ ବେଆଇନ ଭାବେ ଚାନ୍ଦା ଆଦାୟ କରିବାକୁ ଯାଇ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଆକ୍ରମଣ, କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା, ସରକାରୀ ଅର୍ଥକୁ ଲୁଟ ଉଦ୍ୟମ, ତନଖି ଫାଟକରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗ ମାମଲାରେ ଫସି ଜେଲ ଯାଇଥିଲେ । ଏହାପରେ ସେ ବସବାସ କରୁଥିବା ବାସଭବନ ସରକାରୀ ଜମି(ପ୍ଲଟ ନଂ-୪୩୫, ଖାତା ନମ୍ବର ୨୪୬, ମୌଜା ମାଇନିଂ କଲୋନୀ)କୁ ଦଖଲ କରାଯାଇ ନିର୍ମାଣ କରାଇଥିବାର ଅଭିଯୋଗ, ତାଙ୍କର ଏକ ତୈଳବାହୀ ଟେଙ୍କର ପିଡ଼ିଏସ କିରୋସିନି ବାଲେଶ୍ୱରରୁ ଉଠାଇ ୪୯ ନମ୍ବର ଜାତୀୟ ରାଜ ପଥ ଉପରେ ଯାଉଥିବା ବେଳେ ଖଡ଼ମବେଢ଼ା ନିକଟରେ ଏକ ବାଇକକୁ ଧକ୍କା ଦେବାରୁ ଜଣକର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଭାଇ ଗୁରୁତ୍ତର ଆହତ ହୋଇଥିଲେ । ଏଥି ନିମନ୍ତେ ମୃତ ଯୁବକର ପରିବାରକୁ ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ଦେଇ ଶେଷରେ କାଣି କଉଡ଼ିଏ ନ ଦେଇ ତାଙ୍କ ସହିତ ପ୍ରତାରଣା କରିଥିବାର ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲେ । ବର୍ତ୍ତମାନ ଏକ ଜମି ଜାଲିଆତି ମାମଲା ଅଭିଯୋଗରେ ଅଭିଯୁକ୍ତ ବିଜେପିର ମୟୂରଭଞ୍ଜ ଜିଲା(ପୂର୍ବ) ସଭାପତି କୃଷ୍ଣଚନ୍ଦ୍ର ଓରଫ ବାବୁ ମହାପାତ୍ର ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି ଏବଂ ଭୂବନେଶ୍ୱର କମିଶନରେଟ ପୁଲିସକୁ ଡ଼ରି ରାତିରେ ଘରୁ ଲୁଚି ଫେରାର ହୋଇଯାଇଥିବା ବିଷୟକୁ ନେଇ ଜିଲା ସମସ୍ତ ହାଟବଜାରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟି ଯାଇଥିବାର ପରିଲକ୍ଷିତ ହୋଇଛି । 

                ଭାଜପାର ମୟୂରଭଞ୍ଜ ଜିଲା(ପୂ) ସଭାପତି କୃଷ୍ଣଚନ୍ଦ୍ରଙ୍କ ପୈତୃକ ବାସସ୍ଥାନ ମୟୂରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନରେ ଥିବା କୁଶଳଦା ମୌଜାରେ । ପିତା ସ୍ୱର୍ଗତ ରାମଚନ୍ଦ୍ର ମହାପାତ୍ର   କୁଶଳଦା ଓ ଶିମିଳାବନ୍ଧ ମୌଜାରେ ଅଚଳାଚଳ ସମ୍ପତ୍ତି ରହିଥିବା ସମୟରେ ପରିବାରରେ ୬ ପୁଅ ଓ ୩ ଝିଅ ରହିଛନ୍ତି । ରାମଚନ୍ଦ୍ର ମହାପାତ୍ରଙ୍କ ରୋଗଗ୍ରସ୍ତ ଅବସ୍ଥାରେ ମୃତୁ୍ୟ ହୋଇଥିବା ବେଳେ ସେହି ସମୟରେ ବିଜେପି ଜିଲା ସଭାପତି ବାବୁ ମହାପାତ୍ର ବାପାଙ୍କ ନିକଟରେ ରହିଥିଲେ । ଏହି ସମୟରେ ପରିବାରର ସଦସ୍ୟମାନଙ୍କୁ ପୈତୃତ ସମ୍ପତ୍ତିରୁ ଭାଗ ନ ଦେବା ଉଦେ୍ଧଶ୍ୟରେ ଚଞ୍ଚକତା କରି କେତେକ ମୂଲ୍ୟବାନ ସମ୍ପତ୍ତିକୁ ନିଜ ନାମରେ କରାଇ ନେଇଥିବାର ଅଭିଯୋଗ ଆସିଛି । ବାବୁଙ୍କର ଭାଇ ବିଜୟ କୁମାର ଭୂବନେଶ୍ୱର ରାସ୍ତାର ନନ୍ଦନକାନ ନିକଟ ରଘୁନାଥପୁର ମୌଜାରେ ପ୍ଲଟ ନମ୍ବର ୫୧୧/୯୯୬ରେ ଏ୦.୭୬ଡ଼ି ଜମି ନିଜର ଅର୍ଥରେ ବାପା ରାମଚନ୍ଦ୍ର ମହାପାତ୍ରଙ୍କ ନାମରେ କିଣି ଥିଲେ । ଉକ୍ତ ସମ୍ପତ୍ତକୁ ବିଜେପି ଜିଲା ସଭାପତି ବାବୁ ଓରଫ କୃଷ୍ଣଚନ୍ଦ୍ର ଭାଇ ବିଜୟକୁ ଠକାଇ ବାପାଙ୍କ ମୃତୁ୍ୟ ସମୟରେ କୌଣସି ସୂତ୍ରରେ ନିଜ ନାମରେ କାଗଜପତ୍ର କରାଇ ନେଇଥିଲେ । ପରବର୍ତ୍ତି ସମୟରେ ଉକ୍ତ ରଘୁନାଥପୁର ମୌଜାର ଏ୦.୭୬ ଡ଼ିର ମୂଲ୍ୟବାନ  ସମ୍ପତ୍ତିକୁ ବିକ୍ରି କରିବାକୁ ଚାହିଁ ଭୂବନେଶ୍ୱର ଅଞ୍ଚଳର ତ୍ରିଷ୍ଣା ବିଲଡ଼ରର ମାଲିକ ଦେବବ୍ରତ ଧୀରଙ୍କ ସହିତ ଡ଼ିଲ କରି ଏଗ୍ରିମେଣ୍ଟ ମାଧ୍ୟମରେ ତାଙ୍କ ନିକଟରୁ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ବ୍ୟାଙ୍କର ଚେକ ଜରିଆରେ ଚେକ ନମ୍ବର ୩୦୯୩୨୬/ ୦୨.୧୨.୨୦୧୧ରେ ୨୦ ଲକ୍ଷ, ଚେକ ନଂ ୩୦୯୩୨୭/୦୩.୧୨.୨୦୧୭ରେ ୨୦ ଲକ୍ଷ, ଚେକ ନଂ ୩୦୯୩୨୮/୦୬.୧୨.୨୦୧୭ରେ ୩୦ ଲକ୍ଷ ଓ  ଚେକ ନଂ ୩୦୯୩୨୯/୧୫.୧୨.୨୦୧୭ ମାଧ୍ୟମରେ ଏହିପରି ମୋଟ ୪ଟି ଚେକ ଜରିଆରେ ଏକ କୋଟି ଟଙ୍କା ଅଗ୍ରୀମ ନେଇଥିଲେ । ଏହାପରେ ବିଜେପିର ମୟୂରଭଞ୍ଜ ଜିଲା ସଭାପତି ବାବୁ ମହାପାତ୍ର ଉକ୍ତ ଜମିକୁ ଅନ୍ୟ ଏକ ବ୍ୟକ୍ତିଙ୍କୁ ୪.୪୦ କୋଟି ଟଙ୍କାରେ ବିକ୍ରି କରିବା ନିମନ୍ତେ ଡ଼ିଲ କରି ପ୍ରଥମ କିସ୍ତିରେ ୨.୪୦ କୋଟି ଟଙ୍କା ଅଗ୍ରିମ ନେଇ ତାଙ୍କ ନାମରେ ଜମିର କାଗଜପତ୍ର କରାଇ ଦେବାର ପରବର୍ତ୍ତି ସମୟରେ ଜମିକୁ କିଣି ଥିବା ବ୍ୟକ୍ତି ଠକାମୀର ଶିକାର ପାଲଟି ଯାଇଥିବାର ଜାଣିବାକୁ ପାଇଲେ । କିଣିଥିବା ସମ୍ପତ୍ତି ବିକ୍ରେତାଙ୍କର ନୁହେଁ ଏବଂ ତାର ପ୍ରକୃତ ମାଲିକ ତାଙ୍କର ଭାଇ ବିଜୟ କୁମାର ବୋଲି ଜାଣିବାକୁ ପାଇବା ପରେ ବାବୁ ମହାପାତ୍ରଙ୍କୁ ବାକି ଥିବା ଅବଶିଷ୍ଟ ୨ କୋଟି ଟଙ୍କା ଦେଇ ନ ଥିଲେ । 

           ବିଜେପିର ମୟୂରଭଞ୍ଜ ଜିଲା ସଭାପତି(ପୂର୍ବ) କୃଷ୍ଣଚନ୍ଦ୍ର ଓରଫ ବାବୁ ପ୍ରଥମ ବ୍ୟକ୍ତି ତ୍ରିଷ୍ଣା ବିଲଡ଼ରର ମାଲିକ ଶ୍ରୀଧୀରଙ୍କ ସହିତ ଜମି ବିକ୍ରି କରିବେ ବୋଲି ଏଗ୍ରିମେଣ୍ଟ ମାଧ୍ୟମରେ ଏକ କୋଟି ଟଙ୍କା ନେଇ ଜମି ତାଙ୍କୁ ନ ଦେଇ ଅନ୍ୟକୁ ବିକ୍ରି କଲେ । ପୁଣି ଶ୍ରୀଧୀରଙ୍କ ନିକଟରୁ ନେଇଥିବା ଟଙ୍କା ମଧ୍ୟ ଫେରସ୍ତ ଦେଲେ ନାହିଁ । ଯାହାଫଳରେ ତ୍ରିଷ୍ଣା ବିଲଡ଼ରର ମାଲିକ ଶ୍ରୀଧୀର ଆଇନର ସହାୟତା ଲୋଡ଼ି କୋର୍ଟର ଦରଜା ଖଟଖଟାଇ ଭୂବନେଶ୍ୱର ଏସଡ଼ିଜେଏମ୍ଙ୍କ ଇଜିଲାସରେ  ୨୮.୦୭.୨୦୧୭ରେ ଏକ ମୋକର୍ଦ୍ଧମା ଫାଇଲ କଲେ ଏବଂ ଅଦାଲତଙ୍କ ନିଦେ୍ର୍ଧଶ କ୍ରମେ ପ୍ରଥମେ ସିଟି କେଶ ନଂ ୩୩୧୬୧୧୨/୦୩.୦୮.୨୦୧୭ରେ ଏକ ମାମଲା ରଜୁ ହେବା ସହିତ ଭୂବନେଶ୍ୱର ଇନଫୋସିଟି ଥାନାରେ କେଶ ନମ୍ବର ୧୧୦୮/୦୩.୦୮.୨୦୧୭ ଓ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୪୨୦, ୪୧୯, ୪୬୮, ୫୦୬ ଅନୁସାରେ ବିଜେପି ସଭାପତି ବାବୁ ଓରଫ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ମାମଲା ରୁଜୁ ହେଲା । ସେହିପରି ବାପାଙ୍କ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅମାନଙ୍କର ସମାନ ଅଧିକାର ଥିବାର ଆଇନରେ ବ୍ୟବସ୍ଥା ରହିଥିବା ବେଳେ ବାବୁ ମହାପାତ୍ର ଭାଇ ଓ ଭଉଣୀଙ୍କୁ ଠକାଇ ଏକାକୀ ସମ୍ପତ୍ତିକୁ ନେଇଯାଇଥିବାର ଦର୍ଶାଇ ଭଉଣୀ ଶାନ୍ତି ଲତା ମହାପାତ୍ର   ଉଦଳା ସିଭିଲ କୋର୍ଟ ସିନିଅର ଡ଼ିଭିଜନରେ ସିଏସ କେଶ ନଂ ୫୭/୨୦୧୨ରେ ଏକ ମାମଲା ରଜୁ କରିଥିବା ବେଳେ ଭାଇ ବିଜୟ କୁମାର ମଧ୍ୟ ସମାନ ଅଭିଯୋଗରେ ଆଦାଲତରେ ମାମଲା ରୁଜୁ କରିଛନ୍ତି । 

              ପ୍ରଥମେ ଭାଇ ଓ ଭଉଣୀମାନଙ୍କୁ ଠକାଇ ସମ୍ପତ୍ତିକୁ ଏକାକୀ ହଡ଼ପ କରିବାର ଉଦ୍ୟମ, ପରେ ନିଜ ନାମରେ ନ ଥିବା ସମ୍ପତ୍ତିକୁ ଅନ୍ୟକୁ ବିକ୍ରି କରିବା ନିମନ୍ତେ ଟଙ୍କା ନେବା, ପରବର୍ତ୍ତି ସମୟରେ ସେହି ପ୍ରଥମ ବ୍ୟକ୍ତିଙ୍କ ନିକଟରୁ ଆଣିଥିବା ଅଗ୍ରିମ ଟଙ୍କାକୁ ଫେରସ୍ତ ନ ଦେଇ ଦ୍ୱିତୀୟ ଲୋକଙ୍କୁ ବିକ୍ରି କରାଇବା ଆଦି ସମସ୍ତ ଅଭିଯୋଗ ବିଜେପିର ଜିଲା ସଭାପତି ବାବୁ ମହାପାତ୍ରଙ୍କର ଅସଲ ମୁଖାକୁ ପଦାରେ ପକାଇ ଦେଇଥିବା ବେଳେ ଦଳରେ ତାଙ୍କର ସମର୍ଥକମାନେ ତାଙ୍କୁ ସୁରକ୍ଷା ଦେବାକୁ ଆସି ଏହା ବିଜେଡ଼ିର ଚକ୍ରାନ୍ତ ବୋଲି କହିବା ଏକ ହସ୍ୟାସ୍ପଦ ଓ ପ୍ରହସନ । ବିଜେପି ନେତା ବାବୁ ମହାପାତ୍ର କରିଥିବା ଦୁର୍ନୀତି ଓ ଅପକର୍ମ ଏତେ ମାତ୍ରାରେ ବୃଦ୍ଧି ପାଇଯାଇଛି ଯେ,  ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ପଦାକୁ ଆପେଆପେ ଚାଲିଆସୁଛି । ଏଥିରେ ବିଜେଡ଼ିର କୌଣସି ନେଣଦେଣ ନାହିଁ, ବିଜେଡ଼ି କାହାର କୁତ୍ସାରଟନା କରିବା, କାହାକୁ ସମାଲୋଚନା କିମ୍ବା ଆକ୍ଷେପ ଆଦି କରିବା ଭଳି ହୀନ କାର୍ଯ୍ୟକୁ ସଦାସର୍ବଦା ଘୃଣା କରିଥାଏ ବୋଲି କହିଛନ୍ତି ଜିଲା ଛାତ୍ର ବିଜେଡ଼ି ସଭାପତି ଅଭୟ ସିଂ । ସେହିପରି ବିଜେପି ଜିଲା ସଭାପତି(ପୂର୍ବ) ବାବୁ ଓରଫ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୪୩୭୯୬୦୭୫୨ରେ ଯୋଗାଯୋଗ କରିବାରୁ ଫୋନ ରିଂ ହୋଇ କଟିଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । 

            ମୟୂରଭଞ୍ଜ ଜିଲା(ପୂର୍ବ) ସଭାପତି ବାବୁ ଓରଫ ଡ଼ା. କୃଷ୍ଣଚନ୍ଦ୍ରକୁ ନେଇ ବିଜେପି ମୟୂରଭଞ୍ଜ ଜିଲାରେ କ୍ରମଶଃ ବ୍ୟାକଫୁଟକୁ ଯିବାରେ ଲାଗିଛି । ବିଜେପିକୁ ଚତୁର୍ଦିଗରୁ  ସମାଲୋଚନା ଆରମ୍ଭ ହୋଇଯାଇଛି । ଜଣେ ବ୍ୟକ୍ତିର ଚରିତ୍ରକୁ ନେଇ ବିଜେପି ଦଳ ବଦନାମ ହେବାରେ ଲାଗିଛି । ବିଜେପିର ଭାବମୂର୍ତ୍ତି କ୍ରମଶଃ ମଳିନ ପାଇବାରେ ଲାଗିଛି । ଜିଲାରେ ବିଜେପିର ଉତ୍ଥାନ ବଦଳରେ ପତନ ଦିଗକୁ ଗତି ଆରମ୍ଭ କରିଛି । ରାଜ୍ୟ ନେତୃତ୍ୱ ଏ ଦିଗରେ ଦୃଷ୍ଟି ନ ଦେଲେ ଏଥି ନିମନ୍ତେ ଦଳକୁ ଭବିଷ୍ୟତରେ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । 

 

0
0
0
s2sdefault