ହେଡଲାଇନସ୍:

ଲଜ୍ଜା : ବିଧବା ମହିଳାଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି କଲା ବିଜେପି ମହିଳା ମୋର୍ଚା 

ବରଗଡ :- ପାଇକମାଲ ସରପଞ୍ଚ ଙ୍କର ବିରୋଧ ରେ ହେଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ନସରିବା ପର୍ଯନ୍ତ ଅରୋପୀ ସରପଞ୍ଚଙ୍କୁ ବିଭାଗୀୟ କାର୍ଯରୁ ତୁରନ୍ତ ନିଲମ୍ବନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ର ମହିଳା ମୋର୍ଚ୍ଚା ଦ୍ୱାରା ଏକ ରେଲି ଓ ଥାନା ଘେରାଓ ର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ସେପଟେ ମାମଲା ରୁଜୁ ହେବା ପରେ ସରପଞ୍ଚ ଶ୍ରୀ ସାହୁ ଫେରାର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ପଂଚାୟତର ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁଙ୍କର ଉପରରେ ଆସିଛି ଗୁରୁତର ଅଭିଯୋଗ । ଗତ 21 ତାରିଖ ଦିନ ପାଇକମାଲ ମହାରପଡାର ଜଣେ ବିଧବା ମହିଳା ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ 20 ତାରିଖ ସନ୍ଧ୍ୟା ପ୍ରାୟ 7:30ରେ ସରପଞ୍ଚ ତାଙ୍କ ଘରକୁ ଯାଇ ଅସଦାଚରଣ କରିବା ସହିତ ହାତଧରି ଟଣାଓଟରା କରିଥଲେ । ସରପଞ୍ଚଙ୍କର କବଳରୁ  ନିଜକୁ ରକ୍ଷା କରିବା ପାଇଁ ସରପଞ୍ଚଙ୍କୁ ଚପ୍ପଲରେ ମାରିଥିଲେ । ଏହିସମୟରେ ଉକ୍ତ ମହିଳାଙ୍କର ଜ୍ୱାଇଁ ଚାଲିଆସିବାରୁ ସରପଞ୍ଚ ସେ ସ୍ଥାନରୁ ଚାଲି ଆସିଥିଲେ । 

            ଘଟଣାଟି 20 ତାରିଖ ରାତି ର । ପରଦିନ ଅର୍ଥାତ 21 ତାରିଖ ଦିନ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଘଟଣାଟି ଯଦି ସତ ହେଇଥାଏ ତେବେ  ଜଣେ ଜନପ୍ରତିନିଧି ,ଏହିଭଳି କାର୍ଯ କରିବା ନିହାତି ଭାବରେ କଦାପି କୋଣସି କ୍ଷେତ୍ର କିମ୍ବା ପରିସ୍ଥିତିରେ ଗ୍ରହଣୀୟ ହେଇ ନପାରେ । ସେ ଯାହାଭି ହେଉନା କାହିଁକି ଏହି ଅଭିଯୋଗ ର ନିଶ୍ଚିତ ଭାବରେ ନିରପେକ୍ଷ ତଦନ୍ତ ହେବା ନିହାତି ଜରୁରୀ । ଅଭିଯୋଗ କାରିଣୀ ଙ୍କର ଅଭିଯୋଗ ମୁତାବକ ପାଇକମାଲ ଥାନାରେ କେଶ ନ 19/2019 ଧାରା 354 , 427 ଓ 506 ରୁଜୁ କରି ମାମଲା ର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ |

 

0
0
0
s2sdefault