ହେଡଲାଇନସ୍:

୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ସହିତ ୩ ସହ ଯୋଗୀ କୋର୍ଟ ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ  ଦୁଷ୍କର୍ମ ମାମଲାରେ ବାରିପଦା ସଦର ଏସଆଇ ଯୋଗେଶ ବଢେ଼ଇଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାÿଉ କରି ସନେ୍ଦହରେ ୪ ଜଣଙ୍କୁ ଥାନାରେ ଅଟକ ରଖିଥିଲା  । ଏହି ଅଟକ ୪ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଜକ୍ତା ମୁର୍ମୁ ଦୁଷ୍କର୍ମ କରିଥିବା ବେଳେଭରତ ମୁର୍ମୁ, ଗାବା ହେମ୍ବ୍ରମ କଲେ ଟୁଡ଼ୁ ପ୍ରମୁଖ ଅନ୍ୟ ୩ ସହଯୋଗି ଜକ୍ତାକୁ ସହୟାତା  ଲରିଥିଲେ । ଏସଆଇ ଯୋଗେଶ ବଢେ଼ଇଙ୍କ ସୂଚନା ଅନୁସାରେ, ଗତ ବୁଧବାର ପରିବାରର ସମସ୍ତ ସଦସ୍ୟ ଦାମୋଦର ମେଳାକୁ ଯାଇଥିବା ସମୟରେ ଘରେ  ପିଡିତା ଏକୁଟିଆ ରହିଥିବାର ସୁଯୋଗରୁ ଫାଇଦା ଉଠାଇଥିଲେ ଅଭିଯୁକ୍ତମାନେ  । ପରିବାରର ସଦସ୍ୟ ଦାମୋଦର ଯାତ୍ରାରୁ  ଗୁରୁବାର ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଏହା ପରେ ଶୁକ୍ରବାର ଗ୍ରାମରେ ମିଟିଂ ବସିସମାଧାନର କୌଣସି ରାସ୍ତା ନ ଫିଟିବା ପରେ  ପରିବାର ପକ୍ଷରୁ ଶନିବାର ବାରିପଦା ସଦର ଥାନାରେ  ଅଭିଯୋଗ କରାଯାଇଥିଲା । ଘଟଣାକୁ ନେଇ ଥାନାରେ ୫/୨୦୧୯ରେ କେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚାରା ଉଚରା କରାଯାଇଥିଲା । ଆଜି ପୁଲିସ ପକ୍ଷରୁ ସେମାନଙ୍କର ଡ଼ାକ୍ତରୀ ପରୀକ୍ଷା କରାଯିବା ପରେ ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା ।

0
0
0
s2sdefault