ହେଡଲାଇନସ୍:

 ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଗୁରୁତର ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ରାଣୀ ଅନ୍ନପୂର୍ଣ୍ଣା ବାଳିକା  ହାଇସ୍କୁଲର ଜମି ହଡ଼ପ ଉଦ୍ୟମ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଏକମାତ୍ର ସର୍ବ ପୁରାତନ ରାଣୀ ଅନ୍ନପୁର୍ଣ୍ଣା ସରକାରୀ ବାଳିକା ହାଇସ୍କୁଲର ଜମିକୁ ଏକ ଇଁରାଜୀ ମାଧ୍ୟମ ସ୍କୁଲ କର୍ତ୍ତୁପକ୍ଷ ଜବର ଦଖଲ କରୁଥିବା ନେଇ ଅଭିଯୋଗ ହୋଇଛି I ଏ ନେଇ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଶ୍ରୀ ଦାସ ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି I ଏହା ସହିତ ଏହାର ନକଲ କପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଧେଶକ,ସମ୍ବଲପୁର ଜିଲ୍ଲାପାଳ,ରେଢ଼ାଖୋଲ ତହସିଲଦାର,ଥାନା ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି I ଏହି ଘଟଣା କୁ ନେଇ ରେଢ଼ାଖୋଲ ସହର ଉପଖଣ୍ଠ ଅଞ୍ଚଳର ଜନସାଧାରଣ ମଧ୍ୟରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକଶ ପାଇଛି ଇ ହାଇସ୍କୁଲ ଜମିକୁ ବେଆଇନ୍ ଭାବରେ ହଡ଼ପ କରିବାକୁ ଉଦ୍ୟମ କୁ ନେଇ ଲୋକେ ନାନା ସମାଲୋଚନା କରୁଛନ୍ତି I ବାଳିକା ହାଇସ୍କୁଲ କର୍ତ୍ତୁପକ୍ଷ ଙ୍କ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ସ୍ୱାଧିନତା ସଂଗ୍ରାମୀ ତଥା ଶିକ୍ଷା ପ୍ରେମୀ ସ୍ୱର୍ଗତ ପ୍ରହଲ୍ଲାଦ ଲାଠ୍ ଖାତା ନଂ-୪୪୬,ମୌଜା-ରାମପୁର ରୁ ୩ ଏକର ଜମି ବାଳିକା ହାଇସ୍କୁଲ କୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ I ସନ୍ ୨୦୦୦ ମସିହା ୨୦୦୬,୨୦୧୦,୨୦୧୫ ଓ ଚଳିତ ବର୍ଷ ମଧ୍ୟ ରେଢ଼ାଖୋଲ ବୁନ୍ଦାବନ ବିହାର ସ୍ଥିତ ପ୍ରଭୁଜୀ ଇଁଗ୍ରାଜୀ ମାଧ୍ୟମ ସ୍କୁଲ କତ୍ତୁପକ୍ଷ ବାରମ୍ବାର ବେଆଇନ ଭାବେ ବାଳିକା ହାଇସ୍କୁଲ ର ଜମିକୁ ହଡ଼ପ କରିବାକୁ ଉଦ୍ୟମ କରୁଛନ୍ତି I ଏହି ବାଳିକା ହାଇସ୍କୁଲ ର ଜମିକୁ ବାରମ୍ବାର ହଡ଼ପ ଉଦ୍ୟମ ହେଉଥିବା ବେଳେ ଏହାକୁ ନେଇ ରେଢ଼ାଖୋଲ ଜନସାଧାରଣଙ୍କ ପକ୍ଷରୁ ପ୍ରତିବାଦ ମଧ୍ୟ କରାଯାଇଥିଲା I ଏହି ଜମିକୁ ନେଇ ରେଢ଼ାଖୋଲ ସିଭିଲ କୋର୍ଟରେ (ସିଏସ୍-୯୬/୨୦୧୧/୩୧/୧୧) ଏକ ମାମଲା ହୋଇ ବିଚାର ଧିନ ଅଛି I ଏହା ସତ୍ତ୍ୱେ ଉକ୍ତ ଜମି ଉପରେ ବେଆଇନ୍ ଭାବେ ଫାଟକ ରାସ୍ତା ନିର୍ମାଣ କରି ନିଜ ଅକ୍ତିଆର କୁ ନେବା ପାଇଁ ଉଦ୍ୟମ ଚାଲିଛି I ଫଳରେ ଛାତ୍ର ଛାତ୍ରୀ ଶିକ୍ଷକ,ଶିକ୍ଷୟତ୍ରୀ,ସ୍କୁଲ ପକ୍ଷ,ଅଭିଭାବକ ଓ ସାଧାରଣ ରେ ପ୍ରତିକ୍ରିୟା ବୁଦ୍ଧି ପାଇବା ସହିତ ଅନ୍ତୋଷ ଦେଖା ଦେଇଛି I ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସାଙ୍ଘାତିକ | ଏ ସମ୍ପର୍କରେ ପ୍ରଭୁଂଜି କର୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ |   ଏ ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତୁ ହସ୍ତ କ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନ ଶିକ୍ଷୟତ୍ରୀ ଅନୁରୋଧ କରୁଛନ୍ତି I

0
0
0
s2sdefault