ହେଡଲାଇନସ୍:

 ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ,ସନ୍ଦେହରେ ୪ଅଟକ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ  ଦୁଷ୍କର୍ମ କରାଯାଇଥିବା ନେଇ ଶନିବାର ପିଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ସଦର ପୁଲିସ ଏହି ଅଭିଯୋଗକୁ ଭିତି କରି ୫/୧୯ନମ୍ବରରେ ଏକ ମାମଲାଚଢ଼ାଉ  କରି ସନେ୍ଦହରେ ୪ ଜଣଙ୍କୁ ଅଟକ ରଖିଛି । ଏହି ଅଟକ ୪ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏସଆଇ ଯୋଗେଶ ବଢେ଼ଇଙ୍କ ସୂଚନା ଅନୁସାରେ, ଗତ ବୁଧବାର ଦିନ ପିଡିତା ଘରେ ଏକୁଟିଆ ଥିଲେ । ତାଙ୍କ ପରିବାରର ସମସ୍ତ ସଦସ୍ୟ ଦାମୋଦର ମେଳାକୁ ଯାଇଥିଲେ । ସେମାନେ ଗୁରୁବାର ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଏହା ପରେ ଶୁକ୍ରବାର ଗ୍ରାମରେ ମିଟିଂ ବସିଥିଲା । ଯେଉଁଥିରେ କୌଣସି ପ୍ରକାର ସମାଧାନ ହୋଇ ପାରିନଥିଲା । ଏଣୁ ପିଡିତାଙ୍କ ପରିବାର ପକ୍ଷରୁ ଶନିବାର ଥାନାରେ ଅଭିଯୋଗ କରାଯାଇଥିବା ସେ କହିଛନ୍ତି । 

0
0
0
s2sdefault