ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଶବ ଉଦ୍ଧାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ସୋହେଲା ଥାନା ମରେକେଲ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ଶବକୁ ପୋଲିସ ଜବତ କରିଛି । ମୃତକ ଜଣ ହେଲେ ଭେଡେନ ଥାନା ଅନ୍ତର୍ଗତ ପିପିଲିପାଲି ଗ୍ରାମର ଅଶୋକ ପଟେଲ(୩୩) । ଅଶୋକ ଆଜକୁ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ କ୍ୟାସିୟର ଭାବରେ ଏହି ପମ୍ପରେ କାମ କରୁଥିଲେ । କିଛି ଦିନ ହେବ ପମ୍ପ ମ୍ୟାନେଜରଙ୍କ ଅନୁପସ୍ଥିତିରେ ଅଶୋକ ମ୍ୟାନେଜର ଦାୟିତ୍ୱରେ ଥିଲେ । କିନ୍ତୁ ସେ ଅଚାନକ ୯ ତାରିଖ ସାଢେ଼ ୩ଟାରୁ ଉଭାନ ହୋଇଗଲେ । ତାଙ୍କ ଅନୁପସ୍ଥିତିକୁ ନେଇ ପୋଲିସରେ ସୂଚନା ମଧ୍ୟ ଦିଆଗଲା ନାହିଁ । ଆଜି କେତେକ ଭଦ୍ର ଲୋକ ପୋଲିସକୁ ପମ୍ପରୁ ଅଧ କିଲୋମିଟର ଦୂର ଏକ ଘଂଚ ଜଂଗଲ (ତେଲିମୁଣ୍ଡା) ନିକଟରେ ଗୋଟିଏ ପଚିଯାଇଥିବା ଶବ ପଡିଥିବା ଫୋନରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଆସି ସରଜମିନ ତଦନ୍ତ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରପଡ ପଠାଇଥିଲେ । ପୋଲିସ  ଏନେଇ ଥାନାରେ ଏକ ଅପମୃତୁ୍ୟ ମାମଲା (ନଂ୨/୧୯ ) ରୁଜୁ କରି ଘଟଣାର ତଦନ୍ତ କରୁଛି । ଶବ ପାଖରୁ ପୋଲିସ ଗୋଟିଏ ମୋବାଇଲ ଫୋନ ଓ କୀଟନାଶକ ବୋତଲ ଜବତ କରିଛି । ତଦନ୍ତବେଳେ ଶବଟି ଫୁଲି ଯାଇଥିବାରୁ  ଚିହ୍ନଟ ହୋଇ ପାରି ନଥିଲା । ଖବର ପାଇ ମୃତକଙ୍କ ଭେଣୋଇ ଘେଁସ ଗ୍ରାମର ଲିଂଗରାଜ ପଟେଲ ଘଟଣାସ୍ଥଳକୁ ଆସି ଶବକୁ ଚିହ୍ନଟ କରିଥିଲେ । ଉକ୍ତ ପେଟ୍ରୋଲ ପମ୍ପରେ ଆଜକୁ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ ଅଶୋକ ପଟେଲ  କାମ କରୁଥିଲେ । ଏହି ପେଟ୍ରୋଲ ପମ୍ପରେ ତାଙ୍କ ସାନ ଭାଇ ମଧ୍ୟ କାମ କରନ୍ତି । କିନ୍ତୁ ଆଜକୁ ୩ଦିନ ହେଲା ସେ ଛୁଟୀରେ ଅଛନ୍ତି । ୭ଦିନ ଧରି ଅଶୋକ ପେଟ୍ରୋଲ ପମ୍ପରେ ଅନୁପସ୍ଥିତ ରହିବା ପରେ ମଧ୍ୟ କେହି ଅଶୋକଙ୍କ ବିଷୟରେ ସୂଚନା ନ ଦେବା ନେଇ ନାନା ପ୍ରକାର ସନେ୍ଦହ ଜାତ ହେଉଛି । ପାରିପାଶ୍ୱର୍ିକ ପରିସ୍ଥିତି ଓ ପ୍ରାଥମିକ ତଦନ୍ତରୁ ପୋଲିସ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନେ୍ଦହ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ ଘଟଣା ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । 

0
0
0
s2sdefault