ହେଡଲାଇନସ୍:

ଯୌତୁକ  ଜନିତ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଓ ଶାଶୁକୁ ଜେଲ ଓ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି) - ଆଜି ଏକ ଯୌତୁକ  ଜନିତ ଆତ୍ମହତ୍ୟା ମାମଲାର ବିଚାରକରି ସହକାରୀ ସେସନ ଜଜ୍ ଡାଃ. ଈି. ସୁଜାତା ଅଭିଯୁକ୍ତ ସ୍ୱାମୀ ଏବଂ ଶାଶୁକୁ ଦୋଷୀ ସାବ୍ୟସ୍ତ କରାଇ ଉଭୟ ଜେଲଦଣ୍ଡ ଓ ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ମୟୁରଭଞ ଜିଲା  ବେତନଟୀ ଥାନା ଅନ୍ତର୍ଗତ ଶାଳବଣୀ ଗ୍ରାମର ଯଦୁ କିସ୍କୁ ଏଲିଏସ ମାଝୀ (୨୪) ଏବଂ ତାର ମା ପୁନ କିସ୍କୁ ଏଲିଏସ ମାଝୀ (୫୬) । ମାମଲାର ବିବରଣୀରୁ ପ୍ରକାଶ ଯେ ମୟୁରଭଞ ଜିଲା ବେତନଟୀ ଥାନା ଅନ୍ତର୍ଗତ ଧନପୁର ଗ୍ରାମର ଇନ୍ଦ୍ରଜିତ ମହାନ୍ତଙ୍କ ଝିଅ ବବିତାକୁ ଯଦୁ କିସ୍କୁ ପ୍ରେମବିବାହ କରିଥିଲା । ବିବାହ ପରେ ବବିତାକୁ ବିଭିନ୍ନ ସମୟରେ ସ୍ୱାମୀ ଏବଂ ତାଙ୍କ ପରିବାରବର୍ଗ ନିର୍ଯ୍ୟାତନା ଦେଇଆସୁଥିଲେ । ଏପରିକି ତାକୁ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଉଥିବାର ଅଭିଯୋଗ ହୋଇଅଛି । ୨୦୧୭ ନଭେମ୍ବର ୧୮ ତାରିଖ ରାତ୍ରୀରେ ବବିତା ର ମୃତଦେହକୁ ଗ୍ରାମ ମୁଣ୍ଡରେ ଥିବା ପୋଖରୀ ନିକଟରେ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ଏକ ସନେ୍ଧହ ଜନକ ମୃତ୍ୟୁ ହୋଇଥିବା ବେଳେ ବବିତାକୁ ତାର ଶାଶୁ ଘର ଲୋକେ ମାରି ଗଛରେ ଟାଙ୍ଗି ଦେଇଥିବାର ବବିତାର ବାପା ଇନ୍ଦ୍ରଜିତ ମହାନ୍ତ ଥାନାରେ ଅଭିଯୋଗ କରିଛନ୍ତି । ଏ ବାବଦରେ ଥାନାରେ କେସ ନମ୍ବର ୧୮୦/୧୮-୧୧-୧୭ ରେ ଏକ ମମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାମଲାରେ ଥିବା ୧୯ ଜଣ ସାକ୍ଷୀ ଏବଂ ଅନ୍ୟନ୍ୟ ପାରିପାଶ୍ୱର୍ିକ ପ୍ରମାଣକୁ ଭିତ୍ତି କରି ଅଦାଲତ ପକ୍ଷରୁ ଭାରତୀୟ ପିଙ୍ଗଳକୋର୍ଡ ଧାରା ୪୯୮(କ) ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫୦୦ ଟଙ୍କା ଜୋରିମାନା ଏବଂ ଅନାଦେୟରେ ଅଧିକ ଏକମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଅଛି । ଉକ୍ତ ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ ।

 

 

 

0
0
0
s2sdefault