ସଡକ ଦୁର୍ଘଟଣାରେ ବୃଦ୍ଧ ଙ୍କର ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଆଜି ପାଇକମାଲ ରୁ ଝାରବନ୍ଧ ଯାଉଥିବା ରାସ୍ତା ର ହୀରାପୁର ଛକ ନିକଟରେ ଏକ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଯାଇଛି । ଝାରବନ୍ଧ ବ୍ଲକ ର କାଶୀ ପାଣି ଗ୍ରାମର ଭୁବନେଶ୍ୱର ପ୍ରଧାନ (80)ଏକ ସ୍କୁଟି ରେ  ପାଇକମାଲ ରୁ ନିଜର କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ମାଟି ବୋଝେଇ ଟ୍ରାକ୍ଟର ସଂପର୍ସ ଆସି ଯିବାରୁ ଘଟଣା ସ୍ଥଳରେ  ହିଁ ତାଙ୍କର ମୃତ୍ୟୁ ହେଇଯାଇଥିଲା । ଘଟଣା ର ଖବର ପାଇବାପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଚି ମୃତକଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲେ ।। ମୃତକଙ୍କର ପରିବାର ଲୋକ ଆସିବାପରେ ଘଟଣା ସ୍ଥଳରେ ଉତ୍ତେଜନା ପରିଲକ୍ଷିତ ହେଇଥିଲା । ଘଟଣା ର ଖବର ପାଇବା ପରେ ମାନ୍ୟବର ବିଧାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ହେଲେ ଉପଯୁକ୍ତ କ୍ଷତିପୂରଣ ଫବିରେ ପରିବାର ଲୋକ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ଛାଡୁନଥିଲେ । ପ୍ରାୟ 4:30 ରେ ପ୍ରଶାସନିକ ଅଧିକାରୀ ମାନେ ଓ ପାଇକମାଲ ଥାନା ଅଧିକାରୀ , ମୃତକଙ୍କର ପରିବାର ଓ ସମ୍ପର୍କୀୟ ମାନଙ୍କୁ ବୁଝାବୁଝି କରିବା ସହିତ ରେଡ଼ କ୍ରସ ରୁ 10000  ଟଙ୍କା ପ୍ରଦାନ ଓ ଟ୍ରାକ୍ଟର ମାଲିକ ଙ୍କର ଦ୍ୱାରା କିଛି ଆର୍ଥିକ ସହାୟତା ପ୍ରଦାନ ପରେ ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ପାରିଥିଲା ।। 

         ଏଠାରେ ସୂଚନା ଯୋଗ୍ୟ ଯେ ମୃତକ ଭୁବନେଶ୍ୱର ପ୍ରଧାନ ଅଂଚଳ ର ଜଣେ ବିଶିଷ୍ଟ କଳାକାର ଭାବରେ ବେଶ ପରିଚିତ ଥିଲେ । ତାଙ୍କର ବିୟୋଗ ରେ ସ୍ଥାନୀୟ କଳାକାର ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

       ପାଇକମାଲ ପୋଲିସ ଏ ମାମଲା ରେ କେଶ ନ 9/2019 ରୁଜୁ କରି ASI , S ,K ଦାସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।।     

0
0
0
s2sdefault