ହେଡଲାଇନସ୍:

ଯୋଡ଼ାରେ ସ୍କୁଲ ବସ ଦୁର୍ଘଟଣାଗସ୍ତ, ବେପରୁଆ ଡ୍ରାଇଭିଂ ଅଭିଯୋଗ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡ଼ା(ଚିତ୍ତରଞ୍ଜନ କର) : ଯୋଡ଼ା ଡିଏଭି ସ୍କୁଲ ନିକଟରେ ଏକ ପରିବା ଵୋଝେଉ ପିକଅପ୍ ଭ୍ୟାନକୁ ଧକ୍କାଦେଇ ଏକ  ସ୍କୁଲବସ୍ ଦୁର୍ଘଟଣା ଗସ୍ତ ହୋଇଛି । ପିକଅପ୍ ଭ୍ୟାନରେ ଥିବା ୩ ଜଣ ଆହତ ହୋଇଥିବା ବେଳେ ବସରେ ଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ବସର ହେଲପର ଆହତ ହୋଇଥିବା ଜଣା ପଡ଼ିଛି । ବସରେ ପାଖାପାଖି ୬୦ଜଣ ସ୍କୁଲପିଲା ଥିଲେ।  ୩ ଜଣ ଆହତଙ୍କୁ ଟାଟା ଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ୨ଜଣଙ୍କୁ ଛାଡି ଦିଆଯାଇଛି । ବସ ହେଲପରକୁ ଟାଟା ସ୍ପଞ୍ଜ ଡିସପେନ୍ସାରୀରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ତେବେ ଦୁର୍ଘଟଣାର କାରଣ ବେପରୁଆ ଗାଡି ଚାଳନା ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

0
0
0
s2sdefault