ହେଡଲାଇନସ୍:

ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସରକାରୀ ଅନୁଦାନ ତୁରନ୍ତ ବନ୍ଦ କରାଯାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ( ଯେବେ ଠାରୁ ବିଜୁ ଯୁବ ବାହିନୀ ଗଠନ ହୋଇଛି ସେବେଠାରୁ ସମଗ୍ର ରାଜ୍ୟରେ ଗୁଣ୍ଡାଗିରି, ଲୁଟ ଓ ହତ୍ୟା ଆଦି ବଢି ବଢି ଚାଲିଛି । ଯୁବ ବାହିନୀ ବର୍ତମାନ ରାଜ୍ୟରେ ଗୁଣ୍ଡା ଓ ଲୁଟେରା ବାହିନୀ ନାମରେ ପରିଣତ ହୋଇଗଲାଣି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ନିକଟରେ ପୁରୀ ଠାରେ ହୋଇଥିବା ହତ୍ୟାକାଣ୍ଡକୁ ଯଦି ଦେଖାଯାଏ, ସେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମେଶ ପରିଡା ହେଉଛି ପୁରୀ ୨୯ ନମ୍ବର ୱାର୍ଡର ବିଜୁ ଯୁବ ବାହିନୀ ସଭାପତି ଓ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅତ୍ୟନ୍ତ ନିକଟତର । ଅନ୍ୟ ୯ ଜଣ ସମସ୍ତ ଅଭିଯୁକ୍ତ ପୁରୀ ବିଜୁ ଜନତା ଦଳର କର୍ମୀ ଅଟନ୍ତି । ହତ୍ୟାକାଣ୍ଡ ଘଟିବା ୧୦ ଦିନ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରି ହାତ ବାନ୍ଧି ବସିଛି । ତେଣୁ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଦାବି କରିଛନ୍ତି ଯେ ଉକ୍ତ ଘଟଣାରେ ଅଭିଯୁକ୍ତ ସମସ୍ତ ୯ ଜଣଙ୍କୁ ଗିରଫ କରିବା ସହ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଜେରା କରାଯାଉ । ଯାହା ଫଳରେ ଆହୁରି ବହୁ ତଥ୍ୟ ଲୋକଲୋଚନକୁ ଆସି ପାରିବ । ନିକଟରେ ଭୁବନେଶ୍ୱରରେ ଗିରଫ ହୋଇଥିବା ଠକ ଜ୍ୟୋତିରଂଜନ ବେହୁରା (ଗୋଲଡେନ୍ ବାବା)ଙ୍କୁ ମଧ୍ୟ ଯଦି ତର୍ଜମା କରାଯାଏ ତେବେ ଜଣାପଡିବ ଯେ ସେ ଜଣେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । ତାଙ୍କ ଦ୍ୱାରା ଆୟୋଜନ ହେଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା ଯଥା ଦେବୀ ମିଶ୍ର, ବିଭୂତି ବଳବନ୍ତ ରାୟ, ରାଜେନ୍ଦ୍ର ସାହୁ, ଅନନ୍ତ ନାରାୟଣ ଜେନା ଭଳି ବହୁ ସରକାରୀ ବିଜେଡି ଦଳର ନେତୃବୃନ୍ଦ ଆଦି ଉପସ୍ଥିତ ରହି ଗୋଲଡେନ୍ ବାବାଙ୍କୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରନ୍ତି । ତେଣୁ ରାଜ୍ୟର ତମାମ ଘଟଣାକୁ ଆଖି ଆଗରେ ରଖି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଦାବି କରିଛନ୍ତି ଯେ ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସମସ୍ତ ସରକାରୀ ଅନୁଦାନକୁ ୩ ଦିନ ଭିତରେ ତୁରନ୍ତ ବନ୍ଦ କରାଯାଉ । ନଚେତ୍ ଛାତ୍ର କଂଗ୍ରେସ ରାଜରାସ୍ତାରେ ଆନେ୍ଦାଳନ କରିବା ସହ ନବୀନ ନିବାସ ଘେରାଉ କରିବ ।

 

0
0
0
s2sdefault