ହେଡଲାଇନସ୍:

ବଲାଙ୍ଗିର ବ୍ଲକ ଅଫିସ ସମ୍ମୁଖରେ ବଂଚିତ ରହିଥିବା ରେସନକାର୍ଡ  ହିତାଧିକାରୀଙ୍କ ଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର :  ଭିଲେଜର୍ସ ଇଣ୍ଡିଆପାର୍ଟି, ଆଦିବାସୀ ଅଧିକାର ମହାସଂଘ/ ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ/ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ବିକାଶ ମହାସଂଘ/ କନ୍ଧ ସମାଜ ମହାସଂଘ / ସଦାଇପାଲି ଗ୍ରା.ପ. ୱାର୍ଡମେମ୍ବର ସଂଘ/ ସଦାଇପାଲି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ  ମିଳିତ ନେତୃତ୍ୱରେ  ୫୦୦ ରୁ ଉର୍ଧ୍ଵ ମହିଳା ଓ ପୁରୁଷ ସଦାଇପାଲି, ପଥରଚେପା, ଗନ୍ଧରେଲ, ଧୁମାମରା, ଲାଲଟିକ୍ରା, ଚମାରଟିକ୍ର, ଲର୍କିପାଲି, ଡୁଡୁକାଶିରା, ଗେଡାବାଞ୍ଜି, ଗୋପବନ୍ଧୁ ନଗର, ଶାନ୍ତିପଡା, ଆଲୋକ ନଗର, ଆମପଡା, ବିଷ୍ଣମୁଣ୍ଡା, ଖଲିଆପାଲି,  ଇନ୍ଦିରାନଗର, ମାଲପଡା, କଦମପଡା, ମାଲଗୋଦାମ ନୂଆ ରେସନ କାର୍ଡ ଠାରୁ ବାଦ ପଡିଯାଇଥିବା ବଲାଙ୍ଗିର ବି.ଡି.ଓ କାର୍ଯ୍ୟାଳୟ ସାମନାରେ ଧାରଣାରେ ବସିଥିଲେ । ସଦାଇପାଲି ୱାର୍ଡ ମେମ୍ବର ମୀନା ସାଏ, ଦ୍ରୋପଦୀ ସେଠ, ଗନ୍ଧରେଲ ୱାର୍ଡ ମେମ୍ବର ସୁକାନ୍ତ ନନ୍ଦ, ଆଦିବାସୀ ଅଧିକାର ମହାସଂଘ ଅଧ୍ୟକ୍ଷ ଦ୍ୱିଜ ଦଳପତି, ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ ରାତୁ କାଲସାଏ, ପୂର୍ବ ସରପଂଚ ନୃତ କୁଅଁର, ଗୀତା ପଟେଲ, ନବଲତା ସେଠ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ବ୍ଲକ ବିଡିଓ ରାମଦତ୍ତ , ବଲାଙ୍ଗିର  ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବଲାଙ୍ଗିର ବ୍ଲକ ଏବଂ ମୁନିସିପାଲିଟି ଯୋଗାଣ ନିରୀକ୍ଷକ ସଙ୍ଗୀତା ମହାପାତ୍ର ଓ ବାଦ ପଡିଯାଇଥିବା ରେସନ କାର୍ଡ ହିତାଧିକାରୀ ଙ୍କ ଦ୍ୱାରା ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରିନ୍ଦମ ଡାକୁଆଙ୍କୁ ନୂଆ କାର୍ଡରେ ତାଙ୍କ ନାମ ଯୋଡାଇବା ପାଇଁ ଦାବି ଦିଆଯାଇଥିଲା । ସଙ୍ଗଠନ ମାନଙ୍କ ତରଫରୁ ନୂଆ ରେସନ କାର୍ଡ ଯୋଗାଇବା । ବାଦ ପଡିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ପୁନଃ ଖାଉଟି କାର୍ଡ ଯୋଗାଇଦେବା  ଦାବିରେ ଅଛି । କାର୍ଡ ସରେଣ୍ଡର କରିଥିବା କାର୍ଡ ହିତାଧିକାରୀଙ୍କୁ ପୁନଃ ଦେବା ପାଇଁ ଦାବି କରାଯାଇଥିଲା । ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ରାମଦତ ଭୋଇ ଏବଂ ଯୋଗାଣ ନିରୀକ୍ଷକ ସଙ୍ଗୀତା ମହାପାତ୍ର ସଙ୍ଗଠନ ଓ ମହିଳାମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେଉଁମାନେ ବାଦ ପଡିଛନ୍ତି  ତାଙ୍କର ନାମ କାର୍ଯ୍ୟାଳୟକୁ ଦେଲେ ଗୋଟିଏ ମାସ ଭିତରେ ତଦନ୍ତ କରି ନୂଆ ରେସନ କାର୍ଡ ଯୋଗଇ ଦିଆଯିବ । ତାଙ୍କ ଅନୁଯାୟୀ ନୂତନ କାର୍ଡ ଯୋଇଡାଇବା ପାଇଁ ଟାର୍ଗେଟ ମଧ୍ୟ ଆସିଯାଇଛି । ଶ୍ରୀଯୁକ୍ତ ଗୋଲାପ ବାଗଙ୍କ ଅନୁସାରେ ସମଗ୍ର ବ୍ଲକରେ ଥିବା ଉପଯୁକ୍ତ ହିତାଧିକାରୀ ନିଶ୍ଚିତ ଭାବେ ଖାଉଟି କାର୍ଡ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି । ଗତ ଅକ୍ଟୋବର ୨, ୨୦୧୮ (ଗାନ୍ଧୀ ଜୟନ୍ତି) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀ ଓଡିଶା ଖାଦ୍ୟ ସୁରକ୍ଷା ଯୋଜନା  ଜରିଆରେ ଓଡିଶାର କୌଣସି ଗରୀବକୁ ଖାଉଟି କାର୍ଡ ଯୋଗାଇବାରେ ବଂଚିତ ରହିବନି ବୋଲି ଘୋଷଣା କରି ନୂଆ ଖାଉଟି କାର୍ଡ ଯଥା ୧ ଟଙ୍କାରେ ୧ କିଲୋ ଚାଉଳ ଓ ଗହମ କାର୍ଯ୍ୟକ୍ରମ ଚଳାଇଛନ୍ତି । କିନ୍ତୁ ନୁଆ କାର୍ଡ ବଂଟନରେ ବଲାଙ୍ଗିର ଓ ଦେଓଗାଁ ବ୍ଲକ ଯଥା ବଲାଙ୍ଗିର ମୁନସିପାଲିଟିରେ  ବହୁ ସଂଖ୍ୟାରେ ହିତାଧିକାରୀ ଆବେଦନ କରି  ବଂଚିତ ହୋଇଛନ୍ତି । ବଲାଙ୍ଗିର ବ୍ଲକର ସଦେଇପାଲି, ଚଟିଆପାଲି, ଗନ୍ଧରେଲ, ଫୁଲଝରନ, ପଥରଚେପା ଯଥା ବଲାଙ୍ଗିର ମୁନିସିପାଲିଟିର ଲାଲଟିକ୍ରା, ଶାନ୍ତିପଡା ଯଥା ୱାର୍ଡ ନଂ -୨୧ ରେ ବହୁ ହିତାଧିକାରୀ ବାଦ ପଡିଯାଇଛନ୍ତି । ବହୁ ନୁଆ କାର୍ଡ ବଂଟନରେ ଅନିମିୟତା ଦେଖା ଯାଇଛି ତାର ତଦନ୍ତ କରି ଯୋଗ୍ୟ ବ୍ୟକ୍ତି ଗରୀବଙ୍କୁ ନୁଆ କାର୍ଡ ବଂଟନ କରେଇବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦେଲେ ଗରୀବ ମାନେ ଉପକୃତ ହେବେ ବୋଲି ତା.୧୧.୧୨.୨୦୧୮ଆମେ ଦାବି କରିଥିଲୁ  । 

 

 

0
0
0
s2sdefault