ହେଡଲାଇନସ୍:

ପିକଅପ ଭ୍ୟାନ ଦୁର୍ଘଟଣାରେ ଦୋକାନୀ ,ମୃତ ଗ୍ରାହକ ଗୁରୁତର : ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ-ଓଡଗାଁ ମୁଖ୍ୟ ସଡକ ପଥର ନନ୍ଦିଘୋର ବସଷ୍ଟାଣ୍ଡ ନିକଟରେ ଏକ ପିକଅପ ଭ୍ୟାନ ବାଡଭାଙ୍ଗି ଦୋକାନ ଭିତରେ ପଶି ଯିବାରୁ  ଦୋକାନୀଙ୍କ  ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗ୍ରାହକ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତକ ଜଣକ ନନ୍ଦିଘୋର ଗ୍ରାମ ନେଳିଆ ତଳ ସାହିର ସୁବାଷ ଚନ୍ଦ୍ର ସାହୁ(୫୮) ।  ଗୁରୁତର ଜଣକ ନିକଟସ୍ଥ ଓସ୍ତିଆ ଗାଁର ଗଙ୍ଗାଧର ପରିଡା(୩୫) । ଏକ ଘରୋଇ ଗାଡିରେ ସୁବାଷ ଏବଂ ଗଙ୍ଗାଧରଙ୍କୁ ନୟାଗଡ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ସୁବାଷଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମବାସୀମାନେ ଚାଳକ ମହେଶ୍ୱର ନାୟକ (୨୮) କୁ ଅଟକ ରଖିଥିଲେ  । ତା ଗାଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ଅନ୍ତର୍ଗତ ପାତ୍ରପଲ୍ଲୀ । ଦୁର୍ଘଟଣା  ସ୍ଥଳରେ ଉତ୍ତେଜନା  ପ୍ରକାଶ ପାଇବାରୁ ରାସ୍ତା ଅବରୋଧ ହୋଇଛି । ଖବର ପାଇ ଓଡଗାଁ ଅଗ୍ନିଶମ ସେବାବାହିନୀ ଆହତ ମାନଙ୍କୁ ଉଦ୍ଧାର କରିବାପଇଁ ଘଟଣା ସ୍ଥଳରେ ପହଁଚିଥିଲେ ସୁଦ୍ଧା ତାକୁ ବ୍ୟବହାର କରିବା ପାଇଁ ସୁଯୋଗ ଦିଆଗଲାନାହିଁ । ଅନ୍ୟ ପକ୍ଷରେ ଓଡଗାଁ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରୀତ କରିବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ଘଟଣାରୁ ପ୍ରକାଶ ଭୁବନେଶ୍ୱରରୁ- ଭଞ୍ଜନଗର ଅଭିମୁଖେ ଆସୁଥିବା ଓଡି ୩୩ ଏସ ୧୬୧୪ ପିକଅପ ଭ୍ୟାନଟି ରାତି ୮ଟା ବେଳେ ନନ୍ଦିଘୋର ବସଷ୍ଟାଣ୍ଡ ମୋଡରେ ନିୟନ୍ତ୍ରଣ ହରାଇ ବାମ ପାଶ୍ୱର୍ରେ ଥିବା ଏକ ଲୁହା ଦୋକାନ ଭିତରକୁ ବାଡଭାଙ୍ଗି ପସିଯାଇଥିବା ଯୋଗୁଁ ଏପରି ଘଟଣା ଘଟିଥିଲା । ପ୍ରାପ୍ତ ସୂଚନାରୁ ଜଣାଯାଏ ଉକ୍ତ ଖୋଲା ଭ୍ୟାନଟି ଆମଗାଁ ଆମ ବିକାଶ ଯୋଜନାରେ ବ୍ୟବହାର ହେଉଥିଲା । ଗାଡିର ମାଲିକ ଭୁବନେଶ୍ୱରର ଦିଲ୍ଲୀପ କୁମାର ପ୍ରଧାନ ବୋଲି ଜଣାଯାଇଛି । 

 

0
0
0
s2sdefault