ହେଡଲାଇନସ୍:

କୁକୁଡା ଫର୍ମରେ ଭୟାବହ ଅଗ୍ନିକାଣ୍ଡ : କୋଟିଏରୁ ଉର୍ଧ୍ଵ ଟଙ୍କାର ଜିନିଷପତ୍ର ନଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)ମୟୁରଭଞ ଜିଲା ରାସଗୋବୋନ୍ଦପୁର ବ୍ଲକର ଛାତନ  ଠାରେ ଥିବା ଭେଙ୍କ ରିସର୍ଚ ଏବଂ ବ୍ରିଡିଙ୍ଗ ଫାର୍ମ ପ୍ରାଇଭେଟ ଲିମିଟେଡ ନାମକ ଏକ କୁକୁଡା ଫାର୍ମରେ ଆଜି ପ୍ରାୟ ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଅଛି । କୁକୁଡା ଫାର୍ମର ଅଣ୍ଡାରୁ ଚିଆଁ ତିଆରି ହେଉଥିବା ୟୁନିଟରେ ନିଆଁ ଲାଗିଯାଇଥିଲା  । ତେବେ ୟୁନିଟ ଭିତରେ ଥିବା ଅଣ୍ଡା ଓ ଅଣ୍ଡାରୁ କୁକୁଡା ଚିଆଁ ତିଆରି ହେଉଥିବା ଛଅ ଗୋଟି ମେସିନ ନିଆରେ ପୋଡିଯାଇଅଛି । ଫଳରେ କୋଟିଏରୁ ଉର୍ଧ୍ଵ ଟଙ୍କାର ଅଣ୍ଡା ସମେତ ଯନ୍ତ୍ରାଂଶ ନିଆଁରେ ପୋଡି ପାଉଁଶ ହୋଇଯାଇଅଛି । ନିଆଁ ଲିଭାଇବା ପାଇଁ ରାସଗୋବିନ୍ଦପୁର ଓ ଚିତ୍ରଡାର ଦୁଇଗୋଟି ଦମକଳ କେନ୍ଦ୍ରରୁ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର ପ୍ରକୃତ କାରଣ  ଜଣାପଡିନଥିବା ବେଳେ ହୁଏତ ଏହା ବିଦ୍ୟୁତ ସଟ ସର୍କିଟରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଅଛିା

0
0
0
s2sdefault