ଭାରସାମ୍ୟ ହରାଇ ଓଲଟିଲା ବାଇକ , ମହିଳା ମୃତ : ଆମ୍ବୁଲାନ୍ସ ବିଳମ୍ବରେ ପହଁଚିଲା, ହେଲେ ପୋଲିସ ଅଢେଇଘଣ୍ଟା ପର୍ଯ୍ୟନ୍ତ ପହଂଚି ପାରିଲାନି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ(ହୋରାଚାନ୍ଦ ଦେହୁରୀଆ) :  ବାଇକ ଚାଲକ ଭାରସାମ୍ୟ ହରାଇବାରୁ ଆଜି ଏକ ଅଘଟଣ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି | ଦୁଇଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା  ଭସ୍ମା ଥାନା ଅନ୍ତର୍ଗତ ଅବନକେଲା ଗ୍ରାମର ଆଦିତ୍ୟ ନାୟକ, ଵାଲା ମୁକୁନ୍ଦପ୍ପା ଓ ଆଦିତ୍ୟଙ୍କ ମା ସରସ୍ବତୀ ନାୟକ ଗୋଟିଏ ପାସନ ପ୍ରୋ ଗାଡ଼ିରେ ଭସ୍ମାରୁ ନିଜ ଗାଁ ଅଭିମୁଖେ ଯାଉଥିଲେ | ଇବ ନଦୀ ବ୍ରିଜ ଉପରେ କିଛି ମହିଳା ମଜୁରିଆ ଯାଉଥିଲେ | ମଟରସାଇକଲର ହାଣ୍ଡଲ ବାଜି ଗାଡିଚାଳକ ନିଜ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ | ଗାଡ଼ିରୁ ତିନିଜଣ ଯାକ ତଳେ ପଡି ଆହତ ହୋଇଥିଲେ | ଗୁରୁତର ଆହତ ସରସ୍ୱତୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ୪୫ମିନିଟ ବିଳମ୍ବରେ ପହଂଚି ଥିଲା | ତାପରେ ତିନିଜଣଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଲା ବେଳକୁ ସରସ୍ୱତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |  ଘଟଣାସ୍ଥଳରୁ ପୋଲିସକୁ ଖବର କରାଯାଇଥିଲେ ମଧ୍ୟ ଘଟଣାସ୍ଥଳକୁ କି ଡାକ୍ତରଖାନାକୁ  ପୋଲିସ ଆସି ନଥିଲା  | ସ୍ଥାନୀୟ ଜନସାଧାରଣ ପୋଲିସ୍ର ଏଭଳି ଦାୟିତ୍ବହୀନତାକୁ ସମାଲୋଚନା କରିଥିଲେ | ଅଘଟଣ ଘଟିଲେ ଯଦି ଲକ୍ଷ ନଆସିବ ତେବେ ଆସିବା କେତେବେଳେ ବା ପୋଲିସର କାମ କଣ ????

0
0
0
s2sdefault