ହେଡଲାଇନସ୍:

ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଜେଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼ଃ ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦ ୱାଡର଼୍ ନଂ-୨୬ ଭୁଗୁଡ଼ାକଟା ଅଞ୍ଚଳର ସ୍ୱର୍ଗତ ସାନୁ ସିଂଙ୍କ ପୁଅ ହୁଡ଼ୁମା ଓରଫ ବିପିନ ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦଣ୍ଡ ବିଧି ଆଇନ ଧାରା ୩୪ ଅଣ୍ଡର ସେକସନ ୩୨୩ ଅନୁସାରେ ୬ ମାସ ସଶ୍ରମ ଓ ୩୪୧ରେ ଏକ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୬ ଜାନୁଆରୀ ୧୮ ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଭୁଗୁଡ଼ାକଟା ଅଞ୍ଚଳର ଆନନ୍ଦ ପାତ୍ରଙ୍କ ପୁଅ ଜଗବନ୍ଧୁ ତାର ସମ୍ପର୍କୀୟ ଭଉଣୀ ସହିତ ଘରୁ ବାହାରି ରାସ୍ତାରେ ଯାଉଥିବା ବେଳେ ସାହିରେ ଥିବା ଏକ ପାନ ଦୋକାନ ନିକଟରେ ଉକ୍ତ ଭୁଗୁଡ଼ାକଟା ଅଞ୍ଚଳର ଅଭିଯୁକ୍ତ ବିପିନ ଓରଫ ହୁଡ଼ୁମା, ଜୀବନ ସିଂ, ଜୀବନ ସିଂଙ୍କ ସ୍ତ୍ରୀ, ଭୂପେନ୍ଦ୍ର ଓରଫ ଟିକ ସିଂ ଆଦି ମିଶି ଜଗବନ୍ଧୁଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଗାଳିଗୁଲଜ କରିଥିଲେ । ଜଗବନ୍ଧୁ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ମିଳିତ ଭାବେ ଲାଠି, ଲୁହାରଡ଼ ଓ ଇଟା ଆଦିରେ ଜଗବନ୍ଧୁଙ୍କ ଉପରେ ଆକ୍ରମଣ କରିବାରୁ ତାର ମୁଣ୍ଡ ଫାଟି ଯାଇଥିଲା । ଚିକିତ୍ସା ନିମନ୍ତେ ଜଗବନ୍ଧୁଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା । ଏବିଷୟରେ ଜଗବନ୍ଧୁର ବାପା ଆନନ୍ଦ ପାତ୍ର ବାରିପଦା ଟାଉନ ଥାନାରେ ଅଭିଯୋଗ କରିବାରୁ ଥାନାରେ କେଶ ନଂ ୧୮/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ଥିବା ୧୧ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ । 

 

0
0
0
s2sdefault