ହେଡଲାଇନସ୍:

ନୂଆ ବର୍ଷ ପୂର୍ବରୁ ସୁକିନ୍ଦା ମାଇନିଂ ରାସ୍ତାରେ ଆଉ ଏକ ସଡକ ଦୁର୍ଘଟଣା l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆପାଣିରୁ ଦୟାନିଧି ମହାନ୍ତ :  ଗତ ଦଶ ଦିନ ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଯେଉଁଠାରେ ହୋଇଥିଲା ଠିକ ତାର ଦୁଇଶହ ମିଟର ଦୂରରେ ଆଜି ଆଉ ଏକ ସଡକ ଦୁର୍ଘଟଣା ହୋଇଛି l ଟାଟା ମାଇନିଂ ରେ ଲୋଡିଂ ଲେବର ରୂପେ କାମକରୁଥିବା ଶ୍ରୀ ମଙ୍ଗଲ ବିରୁଆ ଗ୍ରାମ ଯେମlଦେଇପୁର କୁହିକା ପଂଚାୟତ ର ବାସିନ୍ଦା ଅଟେ l ସବୁ ଦିନ ପରି ଆଜି ମଧ୍ୟ୍ୟ ସେ ନିଜର ଡିଉଟି ସାରି ସାଇକେଲ ରେ ଘରକୁ ଯାଉଥିଲେ l କିନ୍ତୁ ସେ ବା କେମିତି ଜlଣନ୍ତା ଯିବା ବାଟରେ କାଳ ରୁପି ରାକ୍ଷସ ରାସ୍ତାରେ ତାକୁ ଗ୍ରାସ କରିନେବ ବୋଲି l ଟ୍ରକ ଟି ସମ୍ପୁର୍ଣ ଭାବେ ଦେହର ଜଙ୍ଘ ଉପରୁ ଦଳିଦେଇ ରାସ୍ତା ଉପରେ ଛିନ ଭିନ୍ନ କରି ଚାଲିଯାଇଥିଲା l ତେଣୁ ଭାବନ୍ତୁ ଖଣି ଅଂଚଳରେ ମଣିଷର ଧନ ଜୀବନ କେତେ ସୁରକ୍ଷିତ l ଟ୍ରକ ଡ୍ରାଇଭର ମାନଙ୍କର କେତେ ବେପରୁଆ ଗାଡି ଚାଳନା ଏହା ସ୍ପଷ୍ଠ ରୂପେ ବୁଝା ପଡୁଛି l ଏଠି ସାଧାରଣ ଲୋକଙ୍କର ଜୀବନ ପ୍ରତି କାହାରି ଚିନ୍ତା ନାହିଁ l ବର୍ତମାନ ସାଧାରଣରେ ଚର୍ଚା ସରକାର ତଥା ପ୍ରଶାସନ ଏଥିପ୍ରତି କେବେ ଠୋସ ପଦକ୍ଷେପ ନେବେ ତାହା କେଵଳ ଦେଖିବାର କଥା l

 

 

0
0
0
s2sdefault