ହେଡଲାଇନସ୍:

ବଜ୍ର କାପ୍ତା ଚୋରା ଚାଲାଣ: 2 ମହିଳାଙ୍କ ସମେତ ୫ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ ‬: ବଜ୍ର କାପ୍ତା ଚୋରା ଚାଲାଣ କରୁଥିବା ବେଳେ ଗୁଣପୁର ପୋଲିସ 2 ମହିଳା ଙ୍କ ସମେତ ୫ ଜଣ ଙ୍କୁ  ଗିରଫ କରିଛି ।

ଗିରଫ 5 ଜଣ ଙ୍କୁ ପୋଲିସ ବନ ବିଭାଗ କୁ ହସ୍ତାନ୍ତର କରିଛି । ସେମାନଙ୍କ ନିକଟ ରୁ 5 ଟି ମୋବାଇଲ , ଗିଟିୟେ କାର , 3 ଟି ମୋନି ପର୍ସ ଓ ଗୋଟିଏ ଏଟିଏମ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଳଙ୍ଗା ର ଆଶିଷ ଦାସ , ଭୁବନେଶ୍ୱର ର ବଳରାମ ବେହେରା , ପଟିଆ ର ଶୁଭଲକ୍ଷ୍ମୀ ବେହେରା , ପଲାସା ଗୋପିଲି ର ଲକ୍ଷ୍ମୀ ଶବର ଓ ଯାଜପୁର ର ଅମୂଲ୍ୟ ବାରିକ ।

ବନ ବିଭାଗ ଏ ନେଇ5 ଜଣ ଙ୍କ ନାମ ରେ ମାମଲା ରୁଜୁ କରିଥିବା ରେଞ୍ଜର ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ 2 ଜଣ ଗୁଣପୁର ନୂତନ ବସଷ୍ଟାଣ୍ଡ ରେ ସନ୍ଦିଗ୍ଧ ଅବସ୍ଥା ରେ ବୁଲୁଥିଲେ । ଏହି ସମୟରେ ବୁଲୁ ଥିବା ପେଟ୍ରୋଲିଂ ଗାଡି ସେମାନଙ୍କୁ ଦେଖି ପରିଚୟ ପଚାରି ଗାଡି ଯାଞ୍ଚ କରିବା ବେଳେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିଲେ ।

ଏହି ବଜ୍ରକାପ୍ତା କୁ ପଦ୍ମପୁର ରୁ ଭୁବନେଶ୍ୱର ନିଆ ଯାଉଥିବା ବେଳେ ଏହା କୁ ପୋଲିସ ଜବତ କରି ଏହା ବନ୍ୟଜନ୍ତୁ ହୋଇଥିବାରୁ ବନ ବିଭାଗ କୁ ହସ୍ତାନ୍ତର କରାଯାଇଛି ବୋଲି ଆଇ ଆଇ ସି ସୁଚନା ଦେଇଛନ୍ତି ।

0
0
0
s2sdefault