ହେଡଲାଇନସ୍:

କଲେଜ ସାମନାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଚ ହାଚ : ଛୁରାମାଡ଼ରେ ଛାତ୍ର ଗୁରୁତର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡରୁ ବିଶ୍ୱଜିତ ନାୟକ 

 ନୟାଗଡ କଲେଜ ସାମନାରେ  ଆଜି ଅପରାହ୍ନରେ ଛୁରାମାଡ଼ ଘଟଣା ଘଟିଛି | ଛୁରାମାଡ଼ ହୋଇଥିବା ଛାତ୍ରଙ୍କ ନାମ ପ୍ରକାଶ ବେହେରା | ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ଜଣାପଡିଛି | ପ୍ରକାଶଙ୍କ ଅଭିଯୋଗ ଅନୁଯାୟୀ ପପୁ ସାହୁ ନାମକ ଜଣେ ଛାତ୍ର  ଏହି ଛୁରାମାଡ଼ କରିଛନ୍ତି | ଛୁରାମାଡ଼ କରି ଅଭିଯୁକ୍ତ ଛାତ୍ର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି | ଛୁରାମାଡ଼ରେ ଗୁରୁତର ଭାବେ ଆହତ ପ୍ରକାଶଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା  ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଭୁବନେଶ୍ୱର ରେଫର ଜରାଯାଇଥିଲା | 

 

0
0
0
s2sdefault