ହେଡଲାଇନସ୍:

ବଢୁଛି ଦୁର୍ଘଟଣା, କାରଣ ଜଣାଥିଲେ ବି ବେପରୁଆ ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆପାଣିରୁ ଦୟାନିଧି ମହାନ୍ତ : ଖଣି ଅଂଚଳରେ ଦୁର୍ଘଟଣା ଯନିତ ମୃତ୍ୟୁ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି l ଏଥି ମଧ୍ୟ୍ୟ ରୁ ରାସ୍ତାରେ ଗାଡି ମୋଟର ଜନିତ ଦୁର୍ଘଟଣା ରେ ଆଉ କିଛି ଖଣି ଖାଦାନ ଭିତରେ l ଏହାର ମୁଖ୍ୟ କାରଣ ନିଶା l ଏବେ ଖଣି ଖାଦାନ ଅଂଚଳରେ ମହୁଲି ମଦ ,ହାଣ୍ଡିଆ ରସି ,ଗଞ୍ଜlଇ ଏବଂ ବିଦେଶୀ ମଦ ପ୍ରଚୁର ପରିମାଣରେ ଖୋଲା ଖୋଲି ମିଳୁ ଅଛି l ଗଞ୍ଜlଇ ଏବେ ଏଠାକାର ଯୁବ ପିଢ଼ିକୁ ଗ୍ରାସ କରି ସାରିଛି l କି ଧନି କି ଗରିବ ସବୁ ଶ୍ରେଣୀର ନାବାଳକ ପିଲାମାନେ ମଧ୍ୟ୍ୟ ଏଥିରୁ ନିବୃତ ନୁହଁନ୍ତି l ବିଦେଶୀ ମଦ ଏଠାରେ ସମସ୍ତଙ୍କୁ ମିଳିଯାଉଅଛି l ଛୋଟିଆ ପିଲା ବା ଦଶ ବାର ବର୍ଷ ର ପିଲାଙ୍କୁ ବି ଏଠି ଅନାୟାସରେ ମିଳିଯାଉଛି ବିଦେଶୀ ମଦ l ଏକମାତ୍ର ବିଦେଶୀ ମଦ ଦୋକାନ ର ଦ୍ୱାର ଏଠି ସମସ୍ଥଙ୍କ ପାଇଁ ସବୁବେଳେ ଖୋଲା l ଦିନ ଦଶ ରୁ ରାତି ଦଶ ଯାଏ ସlମନ୍ନା ପଟ ଦ୍ୱାର ରୁ ଏବଂ ବାକି ସମୟରେ ଆର ପଟ ଦ୍ୱାରରୁ l ସରକାରୀ ନିୟମ ଅନୁସାରେ ରାସ୍ତା ର ପାଞ୍ଚ ସହ ମିଟର ରୁ ଅଧିକ ଦୂରରେ ବିଦେଶୀ ମଦ ଦୋକାନ ରହିବା କଥା l ଏଠି କିନ୍ତୁ ଠିକ ତାର ଓଲଟା l ରାସ୍ତା ର ପଚାଶ ମିଟର ଦୂରରେ ରହିଛି ଏହି ମଦ ଦୋକାନ ଟି l କିନ୍ତୁ ବଡ ଦୁଃଖର କଥା କେବେ ହେଲେ କୌଣସି ନାରୀ ସଂଘ .ବୁଦ୍ଧିଜୀବୀ ,ପ୍ରଶାସନ ,ସମାଜ ସେବି , ଗଣମାଧ୍ୟମ କି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ଏହାକୁ ବିରୋଧ କରିନାହାନ୍ତି l ତେଣୁ ଏଠାକାର ପରିବେଶ ଆଜି ଏପରି ହୋଇଅଛି l ଖଣି ଅଂଚଳରେ ଶତକଡା ନବେ ଭାଗ ଦୁର୍ଘଟଣା କେଵଳ ମଦ ପିଇ ଗାଡି ଚଳାଇବା ଯୋଗୁଁ ହେଉ ଅଛି l ଆଜି କାଲି ଛୋଟିଆ ପିଲା ଅର୍ଥାତ ଦଶ ବାର ବର୍ଷ ର ପିଲାମାନେ ମଧ୍ୟ୍ୟ ଗାଡି ମୋଟର ରାସ୍ତା ମଝିରେ ବିନା ଲାଇସେନ୍ସ ରେ ଚଲାଉଛନ୍ତି l ତେଣୁ ଗାଡି ଦୁର୍ଘଟଣା ଦିନକୁ ଦିନ ବଢି ବାରେ ଲାଗିଛି l ଏହାର ଏକ ଉଦାହରଣ ହେଲା ଗତ ସୋମବାର ଦିନ ହୋଇଥିବା ଏହି ଦୁର୍ଘଟଣା l ଯେ କେହିବି ଦେଖିଲେ ଭୟ ରେ ଆଖି ବନ୍ଦ କରିଦେବ l ତେଣୁ ସାଧାରଣ ଜନତା ଆଜି ହତାଶ ହୋଇ ଭାବୁଛି ଖଣିଅଂଚଳର ଅବାଧରେ ନିଶା କାରବାର ,ନିଶା ସେବନ କରି ଗାଡି ଚାଳନା କେମିତି ଆଉ କେବେ ବନ୍ଦ ହେବ l

0
0
0
s2sdefault