ହେଡଲାଇନସ୍:

ଖବର ଦେବାର  ଘଣ୍ଟେ ପରେ ଯଦି ପୋଲିସ ଆସିବ....!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର ୟୁଜିବି ବ୍ୟାଙ୍କରେ ଗୁଳି କାଣ୍ଡ, ଦୁର୍ବୁତ୍ତଙ୍କ ଗୁଲିମାଡ଼ରେ ବ୍ୟାଙ୍କ ମ୍ୟାନେଜର ଗୁରୁତର, ବଲାଙ୍ଗିର ସ୍ଥାନାନ୍ତରିତ 

ଟିଟିଲାଗଡ଼(ସୁନୀଲ  ବେହେରା ) ଆଜି ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗୁଲିକାଣ୍ଡ ଘଟିଛି । ତିନି ଜଣ ଦୁର୍ବୁତ୍ତ ବାଇକରେ ଆସିଥିବା ବେଳେ ଦୁଇ ଜଣ ଦୁର୍ବତ୍ତ ଏହି ଗୁଲିକାଣ୍ଡ ଘଟାଇଛନ୍ତି । ଦୁର୍ବୁତ୍ତଙ୍କ ଗୁଲିମାଡ଼ରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା  ପରେ ତାଙ୍କୁ ଏଠାରୁ ବଲାଙ୍ଗିରକୁ ସ୍ଥାନାନ୍ତରିତ କରାଯାଇଛି । ପରେ ବଲାଙ୍ଗିର ଡ଼ାକ୍ତରଖାନା ରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ଗୁଲିମାଡ଼ ଘଟଣା ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ପ୍ରବଳ ଭିଡ଼ ଜମିବା ସାଙ୍ଗକୁ ଚାପା ଉତ୍ତେଜନା ଦେଖାଯାଇଥିଲା । ସୂଚନା ମତେ ବିଜେପୁର ୟୁଜିବିରେ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟର ମାତ୍ର ଦୁଇ ଜନ ଉପସ୍ଥିତ ରହିଥିଲେ ଏବଂ ବେଲଗାଁ ୟୁଜିବିର ଦୁଇ ଜଣ କର୍ମଚାରୀ ଏକ ପ୍ରକୋଷ୍ଠରେ ତାଙ୍କ କାର୍ଯ୍ୟ କରୁଥିଲେ । ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବିଜେପୁର ବ୍ୟାଙ୍କ ମ୍ୟାନେଜର କୋଶଲ ଚନ୍ଦ୍ର ଦୋରା (୫୮) ତାଙ୍କ ପ୍ରକୋଷ୍ଠ  ନିକଟରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଦୁଇଜଣ କଲା ବସ୍ତ୍ର ଓ କଲା ମୁଖା ଧାରୀ ବ୍ୟାଙ୍କକୁ ଆସି ବ୍ୟାଙ୍କରେ ଉପସ୍ଥିତ ରହିଥିବା କ୍ୟାସିୟରଙ୍କ ପ୍ରକୋଷ୍ଠ  ଯ୍ାଇ ଲୋନ ନେବା ସମ୍ପର୍କରେ ତଥା ନୂତନ ଖାତା ଖୋଲିବା ପାଇଁ ବୁଝାସୁଝା କରୁଥିଲେ । ଇତିମଧ୍ୟରେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଦୋରା ମଧ୍ୟାହ୍ନ ଭୋଜନ ସାରି ସେଠାରେ ପହଞ୍ଚିଥିଲେ । ଉଭୟ ବ୍ୟାଙ୍କ ମ୍ୟାନେଜରଙ୍କୁ ଲୋନ ସଂକ୍ରାନ୍ତରେ ବୁଝି ନୂତନ ଖାତା ଖୋଲିବାକୁ କହିଥିଲେ । ଉଭୟଙ୍କୁ ମ୍ୟାନେଜର ଆବଶ୍ୟକ ଫର୍ମ ପୁରଣ କରିବାକୁ କହି ଫର୍ମ ଦେଇଥିଲେ । ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ମୁଖରେ ବସି ଫର୍ମ ପୁରଣ କରୁଥିଲେ । ଅନ୍ୟ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ପଛପଟେ ଛିଡ଼ା ହୋଇ ରହିଥିଲେ । ବ୍ୟାଙ୍କ ମ୍ୟାନେଜର ଉକ୍ତ ଫର୍ମର ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରି ଦସ୍ତଖତ କରିବାକୁ କହିଥିଲେ । ସେହି ସମୟରେ ବ୍ୟାଙ୍କ ମ୍ୟାନେଜରଙ୍କ ପଛ ପଟେ ଛିଡ଼ା ହୋଇ ରହିଥିବା ଯୁବକ ବ୍ୟାଙ୍କ ମ୍ୟାନେଜରଙ୍କ ତଣ୍ଟିକୁ ଜାବୁଡ଼ି ଧରି ପକାଇଥିଲା । ସେହି ସମୟରେ ଅନ୍ୟ ଯୁବକ ନିଜ ପକେଟରେ ଲୁଚାଇ ରଖିଥିବା ପିସ୍ତଲ ବାହାର କରିଥିଲେ । ଏହା ଦେଖି ବ୍ୟାଙ୍କ ମ୍ୟାନେଜର ଭୟଭୀତ ହୋଇ  ଚିତ୍କାର କରି ତାଙ୍କ କବଳରୁ ମୁକ୍ତି ପାଇବା ଉଦ୍ୟମ କରୁଥିବା ସମୟରେ ଜନୈକ ଦୁର୍ବୁତ୍ତ ତାଙ୍କ ପେଟକୁ ଲକ୍ଷ୍ୟ କରି ତିନୋଟି ଗୁଲି ମାରଥିଲା । ପରେ ସେମାନେ ଫେରାର ହୋଇଯାଇଥିଲେ । ତିନୋଟି ଗୁଲି ବାଜି ଥିଲେ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ପିଛା କରିବାକୁ ଉଦ୍ୟମ କରି ବ୍ୟାଙ୍କ ବାହାରେ ରକ୍ତାକ୍ତ ଅବସ୍ଥାରେ ତଲେ ପଡ଼ିଯାଇଥିଲେ । ଗୁଲି ଶବ୍ଦ ଶୁଣି ଗ୍ରାମବାସୀ  ଘଟଣାସ୍ଥଳରେ ପହଞ୍ଚି ଟିଟିଲାଗଡ଼ ପୁଲିସକୁ ଖବର ଦେଇଥିଲେ । ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ପେଟର ବାମ ପାଶ୍ୱରେ ଦୁଇଟି ଗୁଲି ଓ ତାଙ୍କ ବାମ ଜଙ୍ଘରେ ଗୋଟିଏ ଗୁଲି ବାଜିଛି । ତିନୋଟି ସ୍ଥାନରେ ଗଭୀତ କ୍ଷତ ଚିହ୍ନ ରହିଛି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ଓ ବିଶେଷଜ୍ଞ ଡାକ୍ତର ଅଭାବରୁ ତାଙ୍କ ଚିକିତ୍ସା ସମ୍ଭବପର ନହେବାରୁ ପ୍ରାଥମିକ ଉପଚାର ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ହେଲେ ସେ ବିପଦମୁକ୍ତ ରହିଥିବା ଚିକିତ୍ସା  କରିଥିବା ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଜଣାଇଛନ୍ତି । ତିନି ଜଣ ଦୁର୍ବୁତ୍ତ ଏକ ନମ୍ବର ବିହୀନ କଲା ରଙ୍ଗର ପଲସର ବାଇକରେ ଆସିଥିଲେ । ମୁଖା ପରିଧାନ କରିନଥିବା ଜଣେ ଯୁବକ ବ୍ୟାଙ୍କ ବାହାରେ ଜଗି ରହିଥିବା ବେଳେ ଦୁଇ ଜଣ ମୁଖା ପରିଧାନ କରିଥିବା ଯୁବକ ବ୍ୟାଙ୍କ ଭିତରେ ପ୍ରବେଶ କରିଥିବା ଓ ସେମାନେ କଳା ପୋଷାକ  ପରିଧାନ କରିଥିବା ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି । ତେବେ ବ୍ୟାଙ୍କ ଭିତରେ ଧସ୍ତା ଧସ୍ତି ସମୟରେ ଜଣେ ଦୁର୍ବୁତ୍ତଙ୍କ ମୁଖା ତଲେ ପଡ଼ିଯାଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ୧ ଘଣ୍ଟା ପୁର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ନ ପହଞ୍ଚି ବିଲମ୍ବରେ ଡାକ୍ତରଖାନା ପହଞ୍ଚିବା, ଗୁଲି ବାହାର କରିବା ପାଇଁ ଡାକ୍ତରଖାନାରେ ଆବଶ୍ୟକ ସରଞ୍ଜାମ ଓ ଡାକ୍ତର ଉପସ୍ଥିତ ନଥିବା ନେଇ ଲୋକେ ଉତ୍ତେଜିତ ହୋଇପଡ଼ିଥିଲେ । କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଡାକ୍ତରଖାନାରେ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା । ଏସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଟିଟିଲାଗଡ଼ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସଦଳବଳ ଘଟଣାସ୍ଥଳ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛନ୍ତି । ତେବେ ଦୁର୍ବୁତ୍ତ ମାନେ କାହିଁକି ଗୁଲି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ପରିସ୍ଥିତିକୁ ଅନୁଧ୍ୟାନ କଲେ ନିଶ୍ଚିତ ଭାବେ ଦୁର୍ବୁତ୍ତମାନେ ଡକାୟତୀ କରିବା ଉଦ୍ଦେଶ୍ୟରେ ଆସିଥିଲେ ବୋଲି ବ୍ୟାଙ୍କ ମ୍ୟାନେଜର ଶ୍ରୀ ଦୋରା ଜଣାଇଛନ୍ତି । ସେହିପରି ଏସଡିପିଓ ଶ୍ରୀ ମହାପାତ୍ରଙ୍କ ପଚାରିବାରୁ ସେ ଉପରୋକ୍ତ ଘଟଣା ବର୍ଣ୍ଣନା କରି ବ୍ୟାଙ୍କର ସିସିଟିଭି ଅକାମି ହୋଇ ପଡ଼ିଥିବା କହିଛନ୍ତି । ତେବେ ଆଜି ବୁଜେପୁର ଗ୍ରାମ ବାସୀ ସକାଳ ୭ଟା ସମୟ ରୁ ୧୨ ଟା ସମୟ ପଯର୍ନ୍ତ ୫୯ ରାଜପଥ ଅବରୋଧ କରିଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିକହିଥିଲେ ଓ ତଦନ୍ତ ଜାରୀ ରହିଛି ନିଶ୍ଚିତ ଭାବେ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି କହିଛନ୍ତି । ପରେ ଗ୍ରାମ ବାସୀ ରାସ୍ତା ଅବରୋଧରୁ ହଟିଥିଲେ ।

 

 

 

 

 

 

 

0
0
0
s2sdefault