ହେଡଲାଇନସ୍:

ମୋବାଇଲରେ କଥା ହେଉଥିଲେ, ଘଟିଗଲା ଅଘଟଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ)- ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଆବାଳ-ବୃଦ୍ଧ-ବନୀତା ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ଅପରିହାର୍ଯ୍ୟ ଅଙ୍ଗ ହୋଇପଡ଼ିଥିବା ସମୟରେ ଏହା ମଧ୍ୟ ସ୍ଥଳ ବିଶେଷରେ ଜୀବନ ହାନୀର କାରଣ ପାଲଟୁଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ । ଡ଼ିସେମ୍ବର ୨୧ ପୂର୍ବାହ୍ନରେ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୭ କମଳା ନେହେରୁ ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ୧୦ ଶ୍ରେଣୀରେ ଅଧ୍ୟୟନ କରୁଥିବା ପୁଅ ସାଗର ବେହେରା ପ୍ରତ୍ୟେକ ଦିନ ଭଳି ଟିୟୁସନ ଯାଇ ପୂର୍ବାହ୍ନ ପ୍ରାୟ ଆଠଟା ସମୟରେ ନିଜ ଘରକୁ ଫେରି ଆସୁଥିବା ବେଳେ ଭଞ୍ଜପୁର-ବାରିପଦା ଷ୍ଟେସନ ମଝିିରେ ବାଙ୍ଗିରିପୋଷି-ବାଲେଶ୍ୱର ଡ଼ିଏମୟୁ ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ  ହୋଇଥିଲା । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସାଗର ଅନ୍ୟମନସ୍କ ଭାବେ ମୋବାଇଲରେ କଥା ହୋଇ ଆସୁଥିବା ବେଳେ ହଠାତ୍ ଟ୍ରେନ ସମ୍ମୁଖକୁ ଚାଲି ଆସିବାରୁ ଏହି ଦୁଃଖଦାୟକ ଦୁର୍ଘଟଣା ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।  

0
0
0
s2sdefault