ହେଡଲାଇନସ୍:

ଆଇଓସିଏଲର କାର୍ଯ୍ୟରତ ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ କମ୍ପାନୀକୁ ଧମକ ;  ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି ନିର୍ଜ୍ଜାତନା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ   ଆଜି ସ୍ଥାନୀୟ ଇଫ୍କୋଛକର ଏକ ହୋଟଲରେ ଆଇଓସିଏଲ୍ ରିଫାଇନାରୀ ଅଧିନରେ କାର୍ଯ୍ୟ କରୁଥିବା ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ ତରଫରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । କମ୍ପାନୀର ମ୍ୟାନେଜର ଦେବାଶିଷ ଖଟୁଆ ଙ୍କ କହିବା ଅନୁସାଂରେ ଦୀର୍ଘ ଦୁଇ ମାସ ହେବ ଏକ ନିର୍ଦ୍ଧିଷ୍ଟ ମୋବାଇଲ ନମ୍ବର ୯୪୩୭୧୭୦୦୪୮ ରୁ ଅଶ୍ଳିଳ ଧମକପୂର୍ଣ୍ଣ ବ୍ୟବହାର କରାଯାଉଥିଲା । ଉକ୍ତ ମୋବାଇଲ କଲକୁ ରିସିଭ୍ କଲାପରେ ଶୁଣିବାକୁ ମିଳୁଥିଲା ମୁଁ ପ୍ରକାଶ ତ୍ରୀପାଠୀ କହୁଛି, ତମ କମ୍ପାନୀରେ ମୋର ୩୫ ଜଣ ପିଲାଙ୍କୁ ନିୟୋଜିତ କର । ତତ୍ ସହିତ ମୋତେ ଦଶ ଲକ୍ଷ ଟଙ୍କା ପ୍ରଦାନ କର ବୋଲି । ଡିସେମ୍ବର ୧୪ ତାରିଖରେ ଉକ୍ତ ସଂସ୍ଥାର ଗାଡିକୁ ରଙ୍ଗିଆ ଗଡ ପୋଲ ନିକଟରେ ଅଟକାଇ ଦୀର୍ଘ ଏକ ଘଣ୍ଟା କାଳ କମ୍ପାନୀର ଚାରି ଜଣ କର୍ମଚାରୀଙ୍କୁ ଅଟକ ରଖି ନିର୍ଜ୍ଜାତନା ଦିଆଯାଇଥିଲା । କୁହା ଯାଇଥିଲା ତୁମ ମ୍ୟାନେଜରକୁ କହିବ ଜଦି ମୋକଥାରେ ରାଜି ନହେବ ତେବେ ତୁମକୁ ପାଇଖାନା ଘରେ ପୁରାଇ ପରିଶ୍ରା ପିଆଇବା ସହିତ ତା ମୁଣ୍ଡଗଣ୍ଡି ଅଲଗା କରିଦେବି । ଯାହା ଉକ୍ତ ସଂସ୍ଥାର ମ୍ୟାନେଜର ଅଭୟଚାନ୍ଦପୁର ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ଙ୍କୁ ଜଣାଇବା ପରେ ମହୋଦୟ କଥାକୁ ହାଲକା ଭାବେ ଗ୍ରହଣ କରିବାରୁ ମ୍ୟାନେଜର ଡି. ଖଟୁଆ ଏଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଏସ୍ପିଙ୍କ ନିର୍ଦ୍ଦେଶ  କ୍ରମେ ଗତ ୧୪ ତାରିଖରେ ଏଫଆଇଆର ଦରଜ କରାଯାଇଥିଲା । ହେଲେ ଧମକ ଦେଇ ଦାଦାଗିରି ଚଳାଇଥିବା ବ୍ୟକ୍ତି ଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ପରନ୍ତୁ କିଛି ଗଣମାଧ୍ୟମ ପୃଷ୍ଠାରୁ ଜାଣିବାକୁ ମିଳିଥିଲା ଗଣ୍ଡକି ପୁରର ଜଣେ ଭଦ୍ର ମହିଳା ସଂସ୍ଥାର ମ୍ୟାନେଜର ନାମରେ ଏକ କପୋଳ କଳ୍ପିତ ଅଭିଯୋଗ କରିଛନ୍ତି ବୋଲି । କିନ୍ତୁ ଥାନା ତରଫରୁ ତାଙ୍କ ନାମରେ କିଛି ଅଭିଯୋଗ କରାଯାଇଥିବା ଅଦ୍ୟାବଧି ଜଣାଯାଇ ନାହିଁ । ତେଣୁ ପ୍ରକାଶ ତ୍ରୀପାଠୀ ଉକ୍ତ ମହିଳାଙ୍କୁ ଅସ୍ତ୍ର କରି ଏଭଳି ଧୃତ ବୁଦ୍ଧି ଆପଣେଇ ଥାଏ ବୋଲି ଅନୁମାନ କରିଛନ୍ତି ଡି. ଖଟୁଆ । ପୁନଃ ଏଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ ମ୍ୟାନେଜର  ମହୋଦୟ ଙ୍କ ଠାରୁ ସତ୍ୟାସତ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଭଳି ଆଶ୍ୱସନା ପାଇବା ପରେ ଆଜି ଗଣ ମାଧ୍ୟମ ଦ୍ୱାରା ସମସ୍ତ ଘଟଣାକୁ ଜନସାଧାରଣଙ୍କୁ ଜଣାଇବା ସହ ଦୋଷି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମ୍ପାନୀ ତରଫରୁ ଏହି ଖବରଦାତା ସମ୍ମିଳନୀ ଡକା ଯାଇଥିବା କହିଛନ୍ତି ମ୍ୟାନେଜର । କହିଛନ୍ତି ଯେଉଁ ମହିଳା ଆମ୍ଭ ସଂସ୍ଥା ବିରୋଧରେ ଏଭଳି ଭିତି ହୀନ ଅଭିଯୋଗ ଆଣିଛନ୍ତି ତାହା ପ୍ରମାଣ ହେଉ । ସେ ମୋତେ କେବେ ଦେଖିଛନ୍ତି ନା କେଉଁଠି ଚିହ୍ନିଛନ୍ତି ତାହା ତଦନ୍ତ କରିବାକୁ ଗଣ ମାଧ୍ୟମକୁ ଅନୁରୋଧ କରିଥିଲେ । ତତ୍ ସହିତ କୁଜଙ୍ଗ ଭଳି ବିଭିନ୍ନ ଥାନାରେ କମ୍ପାନୀ ନାମରେ ମିଥ୍ୟା ମାମଲା ଦାୟର କରୁଥିବା ସୂଚନା ଦେଇଛନ୍ତି ମ୍ୟାନେଜର  । ଏଠାରେ ପ୍ରଶ୍ନ ଉଠେ କମ୍ପାନୀମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ସଂଗଠନ ଗଢି ଧମକ ଦେଇ କୋଟି କୋଟି ଟଙ୍କା ଆଦାୟ କରନ୍ତି । ତେଣୁ ଆଇଓସିଏଲ ଭଳି ରାଷ୍ଟ୍ରାୟତ କମ୍ପାନୀରେ କାର୍ଯ୍ୟ କରୁଥିବା ଏହି କମ୍ପାନୀକୁ ଧମକ ଦେଇ ଲକ୍ଷାଧିକ ଟଙ୍କା ଆଦାୟ କରିବା ସହିତ ନିଜ ଚେଲା ଚାମୁଣ୍ଡାଙ୍କୁ ଧରି କମ୍ପାନୀକୁ ହାଇଜାକ କରିବାର ମସୁଧା କରାଯାଇନାହି ତ ? ତେଣୁ ପୁଲିସ ବିଭାଗ ତୁରନ୍ତ ଏହି ଘଟଣାକୁ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କଲେ ଛୋଟ ଛୋଟ କମ୍ପାନୀମାନେ ପାରାଦୀପ ଅଂଚଳରେ ନିରାପଦରେ କାର୍ଯ୍ୟ କରି ପାରିବେ ବୋଲି ବିଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । 

 

 

 

0
0
0
s2sdefault