ହେଡଲାଇନସ୍:

ସାଲାଇନ ଦେଉଛନ୍ତି ଏକସପାଏରି, ଧରା ପଡିଲେ ଡାକ୍ତରଙ୍କ ଦାଦାଗିରି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ହସପିଟାଲରେ ଖବର ସଂଗ୍ରହ କଲାବେଳେ ଡାକ୍ତର ଙ୍କ ଆକ୍ରମଣର ଶୀକାର  ହେଲେ  ସାମ୍ବାଦିକ

ବାରିପଦା/Dillip Mohanty  - ବାରିପଦା ପଣ୍ଡିତ ରଘୁନାଥ  ମୁର୍ମୁ ସହପିଟାଲରେ ଘଟିଛି ଏକ ଚର୍ଚିତ ଘଟଣା । ଘଟଣାକ୍ରମେ ମୟୁରଭଞଜିଲା ବାଙ୍ଗିରିପୋଷି ଅଞ୍ଚଳର ଗନ୍ନାଥ ଗିରି ଙ୍କର ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଗତକାଲି ସନ୍ଧ୍ୟାବେଳେ ଚିକିତ୍ସା  ପାଇଁ ଭର୍ତ୍ତି କରାଯାଇଥିଲା ବାରିପଦା ସରକାରୀ  ଡାକ୍ତରଖାନାରେ । ଏଠାରେ ଡ୍ୟୁଟିରେ ଥିବା ଡାକ୍ତର ଗତ ନଭେମ୍ବରେ ୨୦୧୮ ର ଏକ୍ସପାଏରି ହୋଇଥିବା  ସାଲାଇନ ଡି ୧୦ ତାଙ୍କୁ ଦେଇଦେଇଥିଲେ । ସାଲାଇନ ଦେବାପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା । ସେତେବେଳେ ଡାକ୍ତର ଏହା ଜାଣିପାରି  ରୋଗୀଙ୍କୁ କଟକ ମେଡିକାଲ ସ୍ଥାନାନ୍ତର ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଇ ଖବର ପାଇ ସାମ୍ବାଦିକମାନେ ଡାକ୍ତରଖାନାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିବାବେଳେ ଜଣେ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଡାକ୍ତର ପି ଥଟେଇ ହଠାତ ପଛପଟୁ ଆସି ତାଙ୍କର ମୋବାଇଲ ଛଡେଇ ନେବା ସହ ତାଙ୍କୁ ଦୂର୍ବ୍ୟବହାର କରିବାକୁ ମଧ୍ୟ ପଛେଇନଥିଲେ । ଏକରକମ ଦାଦାଗିରି ଉପରକୁ ଉତୁରି ଆସିଥିଲେ ଡାକ୍ତର | ସୂଚନାଯୋଗ୍ୟଯେ  ଡାକ୍ତରଙ୍କ ବେଖାଲିଆ ମନଭାବ ପାଇଁ ଜଣେ ରୋଗୀ ଙ୍କୁ  ଗୁରୁତ୍ତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଅଛି । ଏ ଘଟଣାକୁ  ଏଡିଏମଓ ପ୍ରଦୀପ କୁମାର ମହାପାତ୍ର ସ୍ୱୀକାର କରିବା ସହ ଏବାବଦରେ କଲେଜର ଅଧ୍ୟକ୍ଷ ଯାହା କାର୍ଯ୍ୟାନୁଷ୍ଠାନ  ନେବାକଥା ନେବେ ବୋଲି କହିଛନ୍ତି । ଅନ୍ୟପଟେ ଦୂର୍ବ୍ୟବହାରର ଶୀକାର ହୋଇଥିବା ସଂପୃକ୍ତ ସାମ୍ବାଦିକ ଡାକ୍ତର ଙ୍କ ବିରୋଦ୍ଧରେ ଥାନାରେ ଏକ ଅଭିଯୋଗ କରିଛନ୍ତି ।

 

0
0
0
s2sdefault