ହେଡଲାଇନସ୍:

ଶ୍ରମବିଭାଗ ନିର୍ଦ୍ଦେଶ  ନମାନିବାରୁ ଫେରୋକ୍ରୋମ୍ ଠିକାଶ୍ରମିକ ଗେଟ୍ ବନ୍ଦ କରିଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗର : ଆଜି ତା ୧୯/୧୨/୨୦୧୮ ରିଖ ସ୍ଥାନୀୟ ଫେରୋକ୍ରୋମ୍ କାରଖାନାରେ ୧୯ଦିନ ଧରି ଶ୍ରମିକ ଅଶାନ୍ତି ଯୋଗୁଁ ତ୍ରିପାକ୍ଷିକ ଆଲୋଚନା ତା ୧୪/୧୨/୨୦୧୮ ରିଖରେ ହୋଇଥିବା ଶ୍ରମ ବିଭାଗର ନିର୍ଦ୍ଦେଶ  ଓ ଚୁକ୍ତି ୬୮ଜଣ ଶ୍ରମିକଙ୍କୁ ଗେଟ୍ ପାସ୍ ଦେଇଥିବାବେଳେ ଶ୍ରମବିଭାଗର ନିଦେ୍ର୍ଧଶକୁ ଅବମାନନା କରି ଆଜି ସକାଳ ୭ଟା ସମୟରେ ଶ୍ରମିକମାନଙ୍କୁ ଗେଟ୍ରେ ନପୁରାଇ କାର୍ଯ୍ୟ ଦିଆଯିବ ନାହିଁ ବୋଲି ରୋକଠୋକ୍ କହିବାରୁ ଶ୍ରମିକମାନେ ଉତ୍ତ୍ୟକ୍ତ ହୋଇ ମୁଖ୍ୟ ଗେଟ୍ ସମ୍ମୁଖରେ ବସି ରହିଥିଲେ ଯାହାଫଳରେ କୌଣସି କର୍ମଚାରୀ ଶ୍ରମିକ କେହି କାରଖାନାକୁ ଯାଇପାରିନଥିଲେ । ପରିସ୍ଥିତି ଅଣଆୟତ୍ତ ହେବାରୁ ଆଦର୍ଶଥାନାର ଆରକ୍ଷୀନିରୀକ୍ଷକ ଅମିତାଭ ମହାପାତ୍ର ଶ୍ରମିକମାନଙ୍କ ସହିତ ଆଲୋଚନା କରି  ଶ୍ରମିକ କର୍ମଚାରୀମାନଙ୍କୁ ଭିତରକୁ ପ୍ରବେଶ କରାଇଥିଲେ କିନ୍ତୁ ମୁଖ୍ୟ ଫାଟକ ବନ୍ଦ ଫଳରେ କୋ÷ଣସି ଗାଡ଼ି ଓ ମାଲ ପରିବହନ ହୋଇପାରିନଥିଲା । ଶେଷରେ ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ଆରକ୍ଷି ନିରୀକ୍ଷକ ଅମିତାଭ ମହାପାତ୍ର , ଫେରୋକ୍ରୋମ ୱର୍କରସ୍ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାନ୍ତି, ସଂପାଦକ ନୃସିଂହ ଚରଣ ପହି, ଠିକାଦାର ଓ ଫେରୋକ୍ରୋମ କର୍ତ୍ତୁପକ୍ଷଙ୍କ ମିଳିତ ଆଲୋଚନାରେ ସମସ୍ତ ଶ୍ରମିକ ୧ନଂ ଫର୍ଣ୍ଣେସ ଚାଲିବା ପର୍ଯ୍ୟନ୍ତ ୬୮ଜଣ ଶ୍ରମିକମାନଙ୍କ ମଧ୍ୟରୁ ଦିନକୁ ୩୪ଜଣ କରି କାର୍ଯ୍ୟ କରିବେ କୌଣସି  ମେସିନ ଲାଗିବ ନାହିଁ ବୋଲି ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିବା ସହିତ ଶ୍ରମିକମାନଙ୍କ ସହମତି ପାଇବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଗଣଧାରଣାରେ ଶ୍ରମିକ ନେତା ପରମାନନ୍ଦ ସେଠୀ, ଭଗବାନ ଦାସ, କାର୍ତ୍ତିକ ଦାସ, କାଳୀ ମୁର୍ମୁ, ଜଗବନ୍ଧୁ ହେମ୍ବ୍ରମ, ଗୋଲିଆ ମହାକୁଡ଼, ନିରାଶ ବାଙ୍କିରା, କାଇରି ଦେଇ, ଅଜୟ ଯାଦବ, ପହିଲି ବିଶ୍ୱାଳ, ମାନଓ ଜେନା, କନ୍ଦା ମୁଣ୍ଡା, ନନ୍ଦ ଡାଙ୍ଗିଲ, ମିନତି ଟୁଡ଼ୁ, ଗୁରୁବାରୀ ଦେଇ, ସାବିତ୍ରୀ ଟୁଡ଼ୁ, ବି, ସାବିତ୍ରୀ, ନାନିକା ହେମ୍ବ୍ରମ, କୁନି ଦେଇ, ସମ୍ବାରୀ ଦେଇ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । 

 

0
0
0
s2sdefault