ହେଡଲାଇନସ୍:

 ଧର୍ମ ପରାୟଣ ବ୍ୟକ୍ତି ଥବିର ସାହୁ ପରଲୋକ : ଗାଇସିଲାଟ ଅଂଚଳରେ ଶୋକର  ଛାୟା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ନୀଳ ଦୀପ :  ଶାସକ ପ୍ରଶାସକ ଖବରକାଗଜର ସାମ୍ବାଦିକ କେଦାର ନାଥ ସାହୁଙ୍କର ଅଜା ତଥା ଜଣାଶୁଣା ବ୍ୟକ୍ତିତ୍ୱ ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମର  ଥବିର ସାହୁଙ୍କର ୮୫ବର୍ଷ ବୟସରେ ଦେହାନ୍ତ ହୋଇଛି ।ସ୍ବର୍ଗତ ସାହୁ ଜଣେ ଧର୍ମ ପରାୟଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଜଣେ ସମାଜ ସଂସ୍କାରକ,ତୈଳିକ ବୈଶ୍ୟ ସାହୁ ସମାଜକୁ ତାଙ୍କର ଅବଦାନ ଅତୁଳନୀୟ । ସେ ତୈଳିକ ବୈଶ୍ୟ ସାହୁ ସମାଜର ପୂର୍ବତନ ଚକ ସଭାପତି ରହି ଏହି ସମାଜର ଦିଗଦର୍ଶକ ଭାବରେ କାର୍ଯ୍ୟକରି ଆସୁଥିଲେ । ତାଲପାଲି ଯୁକ୍ତ ଦୁଇ ମହାବିଦ୍ୟାଳୟର ସେଥିଲେ ପୂର୍ବତନ ସଭାପତି ।ବଦାନ୍ୟତାର ପରିଚୟ ଦେଇ ସେ ଏହି କଲେଜ ପାଇଁ ଏକ ଏକର ଭୂମିଦାନ କରିଥିଲେ । ତାଙ୍କର ଦୁଇ  ପୁତ୍ର,ପୁତ୍ର ବଧୁ,ଦୁଇ ଝିଅ, ଜ୍ବାଇଁ,ଗୋଟିଏ ଭଉଣୀ ଏବଂ ଦୁଇ ଜଣ ଭଣଜା ସହ ନଅଜଣ ନାତୀ ନାତୁଣି ଅଛନ୍ତି |  ସ୍ବର୍ଗତ ସାହୁଙ୍କର ଜୈଷ୍ଠ ପୁତ୍ର ପର୍ଶୁରାମ ସାହୁ ପଦ୍ମପୁର ତହସିଲ ଅଫିସରେ ସୁପରଭାଇଜର ଥିବାବେଳେ କନିଷ୍ଠ ପୁତ୍ର ବଳରାମ ସାହୁ ବିରଜାମ ଉଚ୍ଚ ବିଦ୍ୟାଳୟରେ ଖେଳଶିକ୍ଷକ ଭାବରେ କାର୍ଯ୍ୟରତ । ସ୍ଥାନୀୟ ଅଙ୍ଗ ନଦୀ କୂଳରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ନ ହୋଇଥିଲା । ଦୁଇ  ପୁଅ ମିଶି ମୁଖାଗ୍ନି ଦେଇଥିଲେ। ବହୁତ ଲୋକ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଥବିର ସାହୁଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଶାସକ ପ୍ରଶାସକ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା  ସହ ସ୍ବର୍ଗତ ଆତ୍ମାଙ୍କ ସଦ୍ଗତି କାମନା କରାଯାଇଛି | 

0
0
0
s2sdefault