ହେଡଲାଇନସ୍:

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଗାଇସିଲାଟ/କେଦାର ନାଥ ସାହୁ

ଅମ୍ବାଭନା ବ୍ଲକ ଜୁଙ୍ଗାପାଲି ପଞ୍ଚାୟତର କାର୍ଯ୍ୟରତ ପିଇଓ ନାରାୟଣ ଦେବତା (୫୯)ଙ୍କ ଦୁର୍ଘଟଣାରେ ଗତ ରାତିରେ ମୃତ୍ୟୁ ଘଟିଛି  । ଆଜି ଜୁଙ୍ଗାପାଲିରେ ହେବାକୁଥିବା ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟ ସାରି ସେ ବରଗଡପଟରୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଡମ୍ଫର ଡିଗ୍ରୀ କଲେଜ ଛକରେ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ରାସ୍ତା ଉପରେ ପଡିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ  ବରଗଡ଼ ସଦର ଡାକ୍ତରଖାନା ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହେଇଥିଲା ।ପୋଲିସ ଡମ୍ଫର ଓ ବାଇକକୁ ଜବତ କରିଛି ।ଡମ୍ଫରଟି ଇଚ୍ଛାପୁର ଗ୍ରାମର ଭକ୍ତବନ୍ଧୁ ମାଝିଙ୍କର ବୋଲି ଜଣାପଡିଛି । ସ୍ବର୍ଗତ ନାରାୟଣଙ୍କ ଘର ଗାଇସିଲାଟ ଥାନା ତାଲପାଲି ପଞ୍ଚାୟତର ମୁଣ୍ଡାପାଲି ଗ୍ରାମର ଅଟନ୍ତି । ଦେବତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault