ହେଡଲାଇନସ୍:

ହାଇଓ୍ୱା ଧକ୍କାରେ ପାନ ଦୋକାନୀ ମୃତ, 3 ଘଣ୍ଟା ଧରି ରାସ୍ତାରୋକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ 

ରବିବାର ସଂନ୍ଧ୍ୟା 6 ସମୟରେ ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଏକ ହାଇଓ୍ୱା ଧକ୍କାରେ ସ୍ଥାନିୟ ଅଞ୍ଚଳର ପାନ ଦୋକାନୀ ସୁବାଷ ଦେଓ (35)ଙ୍କ ମୃତ୍ୟୁ ଘଟିଛି l ଏହି ଘଟଣା ପରେ ସୁବାଷ ଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଶବ ରଖି ଲୋକେ ରାସ୍ତାରୋକ କରିଥିଲେ l ଫଳରେ ଦୀର୍ଘ 3 ଘଣ୍ଟା କାଳ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା l ରେଢ଼ାଖୋଲ ପୁଲିସ ଓ କଂଗ୍ରେସ ନେତା ଆସଫ ଅଲ୍ଲୀ ଖାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ପରେ ଗାଡ଼ି ମାଲିକ ମୃତକଙ୍କ ପରିବାର କୁ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ lତାପରେ ରାସ୍ତାରୋକ ହଟିଥିଲା l ତେବେ ଦୁର୍ଘଟଣା ଘଟିଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିଥିବାରୁ ଏବଂ ହାଇଓ୍ୱା ଟି ଅନ୍ୟମନସ୍କ ଭାବେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି l 

ମିଳିଥିବା ସୂଚନା ମୂତାବକ , ଚାରମାଳ ଅଞ୍ଚଳର ପାନ ଦୋକାନୀ ସୁବାଷ ଦୋକାନ ବନ୍ଦ କରି ବାଇକ (ଓଡ଼ି 23 ଏ 3179) ରେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଚିପସ ବୋଝେଇ ହାଇଓ୍ୱା(ଓଡ଼ି 15 ବି 6885) ସୁବାଷ ଙ୍କ ମୁହାଁ ମୁହିଁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ  ସୁବାଷ ଙ୍କ ମୃତ୍ୟୁ ହୋଇଥିଲା l ଏହି ଘଟଣା ପରେ ହାଇଓ୍ୱା ଚାଳକ ଗାଡ଼ିକୁ ରାସ୍ତା ଉପରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲା l

0
0
0
s2sdefault