ହେଡଲାଇନସ୍:

ଖାଇବାକୁ ନ ପାଇ ହଷ୍ଟେଲ ଛାଡି ରାସ୍ତାରେ ୧୦ ଜଣ ଛାତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/ଦିଲ୍ଲୀପ ମହାନ୍ତି  :  ଖାଇବାକୁ ନ ପାଇ ହଷ୍ଟେଲ ଛାଡିଲେ ୧୦ ଜଣ ଛାତ୍ର । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଅଛି ମୟୁରଭଞ ଜିଲା ଯଶିପୁର ବ୍ଲକ କେଟରା ପ୍ରାଥମିକ ବିଦ୍ୟାଳୟରେ । ଆଜି ସକାଳୁ ହଷ୍ଟେଲ ଛାଡି ୧୦ ଜଣ ଛାତ୍ର ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ପାଖାପାଖି ୫ କିଲୋମିଟର ଦୂରରେ ଟଙ୍ଗାବିଲା ଛକଠାରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କୁ ପଚାରିବାରୁ ସେମାନେ ଖାଇବାକୁ ନ ପାଇବାରୁ ହଷ୍ଟେଲ ଛାଡି ଘରକୁ ଯାଉଥିବାର ପ୍ରକାଶ କରିଥିଲେ । ସ୍କୁଲର ଶିକ୍ଷକ ପାଞ୍ଚ ଦିନ ହେଲାଣି ସ୍କୁଲକୁ ଆସୁନାହାନ୍ତି କିମ୍ବା ରୋଷେଇ ମଧ୍ୟ ହେଉନାହିଁ । ନିଜ ପାଖରେ ଥିବା ମୁଢି ଏବଂ ଚାଉଳ ନିଜେ ରୋଷେଇ କରି ଖାଇବାପରେ ସେଗୁଡିକ ସରିଯିବାପରେ ଗତକାଲି ରାତ୍ରୀରେ ସେମାନଙ୍କୁ ଖାଇବାକୁ ପାଇନଥିଲେ ଫଳରେ ଆଜି ସେମାନେ ସ୍କୁଲରୁ ବାହାରି ଘରକୁ ପଳାଉଥିଲେ । କେଟରା ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠପଢା ଛାଡିଥିବା ଏବଂ ଶିମିଳିପାଳ କୋରଏରିଆରୁ ୨୦ ଜଣ ପିଲା ଙ୍କୁ ଆଣି ସେଠାରେ ପାଠ ପଢାଯାଉଥଲା । ଏହି ଭଳି ଘଟଣା ଆଜି ପଦାକୁ ଆସିବାପରେ ୧୫ ଜଣ ପିଲାଙ୍କୁ ନିକଟତମ କୋହଲି ସ୍କୁଲ ଏବଂ ଅନ୍ୟ ପାଞ୍ଚ ଜଣ ପିଲାଙ୍କୁ ଗାଟକ୍ୱିଆଁ ସ୍କୁଲରେ ରଖାଯାଇଅଛି । ସମସ୍ତ ପିଲାଙ୍କ ବୟସ ୫ ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଅଛି । ତେବେ ଏହି ଘଟଣାରେ ସ୍କୁଲର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସାବନ୍ଦ ମହାନ୍ତ ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଅଛି । 

 

0
0
0
s2sdefault