ହେଡଲାଇନସ୍:

ମାଙ୍କୁ ଯେତେବେଳେ ଛାଡ଼ୁନାହାନ୍ତି ଭକ୍ତ କଥା କିଏ ପଚାରେ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭଦ୍ରକ ସନ୍ତୋଷୀ ମା’ ମନ୍ଦିରରୁ ସୁନା ଅଳଙ୍କାର ଲୁଟିଲେ ଲୁଟେରା ।

    ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ :  ଭଦ୍ରକ ପୌରପାଳିକା ଅଧିନସ୍ଥ କୁଆଁସ ଜେନାସାହି ଗ୍ରାମର ମା’ ସନ୍ତୋଷୀଙ୍କ ମନ୍ଦିରରୁ ଚୋରମାନେ କଳାକାନା ବୁଲାଇଛନ୍ତି । ଗତକାଲି ରାତିରେ ମନ୍ଦିର ପୂଜକ ମୁଖ୍ୟ ଫାଟକରେ ତାଲା ପକାଇ ଶୋଇବାକୁ ଯାଇଥିଲେ । ତେବେ ଆଜି ସକାଳେ ମନ୍ଦିର ଦୁଆର ଭଙ୍ଗାଯାଇଥିବା ଓ ମା’ଙ୍କ ସମସ୍ତ ଅଳଙ୍କାର କୌଣସି ଦୁର୍ବୁତ୍ତ ଚୋରୀ କରି ହୋଇଯାଇଥିବା ମନ୍ଦିର ପୂଜକଙ୍କ ସ୍ତ୍ରୀ ଦେଖିବାକୁ ପାଇଥିଲେ । ଚୋରୀ ହୋଇଥିବା ଅଳଙ୍କାର ମଧ୍ୟରେ ମା’ଙ୍କ ମୁକୁଟ, ମଙ୍ଗଳସୂତ୍ର, ଚୁଡ଼ି ଓ ପାଉଁଜି, ୨ଟି ଶାଳଗ୍ରାମ ଅର୍ନ୍ତଭୂକ୍ତ । ଚୋରୀ ସାମଗ୍ରୀର ମୂଲ୍ୟ ଅନ୍ୟୁନ ଦେଢ଼ ଲକ୍ଷ ଟଙ୍କା ହେବ । ପରେ ଏ ସମ୍ପର୍କରେ ମନ୍ଦିରର ପୂଜକ ସନ୍ତୋଷ ଅଗସ୍ତି ଏକ ଲିଖିତ ଅଭିଯୋଗ ଟାଉନ ଥାନାରେ ଦାୟର କରିଛନ୍ତି । ହେଲେ ଲୁଟେରା ଧରା ପଡ଼ିନାହିଁ  ।

0
0
0
s2sdefault