ହେଡଲାଇନସ୍:

ଦମକଳ ଫୋନ ଲାଗୁନି କି ଲାଗିଲେ କିଏ ଉଠାଉନାହାନ୍ତି , ଆମ୍ବୁଲାନ୍ସ ବିଳମ୍ବରେ ପହଁଚୁଛି : ଲୋକ ମରିବେନି ତ ଆଉ କଣ ହେବ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ପୋଲରେ ପିଟି ହେଲା ବାଇକ ; ଦୁଇ ମୃତ ଜଣେ ଗୁରୁତର 

  ବହୁ ବିଳମ୍ବରେ ପହଂଚିଲା ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ 

କନ୍ଧମାଳରୁ ଗଗନ ପ୍ରଧାନ 

 କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ  ଉଦୟଗିରି ବ୍ଲକ ଜବେଡ଼ି ଠାରେ ବୁଧବାର ରାତ୍ରିରେ ଏକ ବାଇକ ପୋଲରେ ପିଟି  ହେବା ଫଳରେ ଦିପ୍ତୀରଂଜନ ପ୍ରଧାନ ଏବଂ ସୁଶ୍ରୀ ପ୍ରଧାନ ଘଟଣା ଥଳରେ ଦୁଇ ଜଣଙ୍କ ମୃତ୍ୟୁଘଟି ଥିଲା ଏବଂ ଜଣେ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ଅଛନ୍ତି | 

 ସୂଚନା ଅନୁସାରେ ମୃତ ଦୁଇ ଜଣ ଅନ୍ୟ ବନ୍ଧୁ ମାନଙ୍କ ସହ ଟିକାବାଲିରୁ ଫେରୁ ଥିଲେ ଏହି ସମୟରେ ବାଇକ ଭାରସାମ୍ୟ ହରାଇ ପୋଲରେ ପିଟି  ହୋଇ ଥିଲା  ପ୍ରତାକ୍ଷଦର୍ଶୀଙ୍କ  କହିବା ଅନୁସାରେ ମୃତ ଯୁବକ ଏବଂ ଯୁବତୀ ପୋଲ  ତଳକୁ ପଡି ଯାଇଥିଲେ ଏବଂ ଆହତ ଯୁବତୀ ରାସ୍ତା ଉପରେ ପଡିଥିଲା  |ଏହା  ଘଟଣାର ଶବ୍ଧ ଶୁଣି ଅଂଚଳ ଲୋକ ସେଠାକୁ ଆସି ପୋଲିସ  ଦମକଳ ବାହିନୀ  ଆମ୍ବୁଲାଏନ୍ସକୁ ଜଣାଇ ଥିଲେ |  ହେଲେ ବହୁ ବିଳମ୍ବରେ ପହଞ୍ଚିଲା ବେଳକୁ ପଲତାଳେ ପଡିଥିବା ଯୁବକ ଯୁବତୀ ଦ୍ଵୟଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା | ସେମାନଙ୍କୁ  ଘୁ  ଉଦୟଗିରି କୁ ଆଣିବା ଥିଲା  | ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ କୁ ପଠାଯାଇ ଥିଲା |  ହେଲେ ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା | ଜଣେ ଆହତ ଯୁବତୀଙ୍କୁ  ଫୁଲବାଣୀ ତାପରେ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇ ଥିବା ପୋଲିସ ସୂଚନା ଦେଇଛି  ଦମକଳ ବାହିନୀ  ଆମ୍ବୁଲାଏନ୍ସ ବିଳମ୍ବରେ ପହଞ୍ଚାବାକୁ ନେଇ ସ୍ଥାନୀୟ ଅଂଚଳରେ ଆସନ୍ତି ଦେଖାଦେଛି  | ଏହି ସମସ୍ୟ ଦୀର୍ଘଦିନ ହେବ ଦେଖାଦେଛି |  ଯାହାପାଇଁ ଅନେକ ସମୟରେ ଏହି ପରି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଂଚଳ ବସି ପ୍ରକାଶ କରି ଛନ୍ତି .

 

0
0
0
s2sdefault