ହେଡଲାଇନସ୍:

 ଦୁର୍ଦାନ୍ତ  ଆନ୍ତଃଜିଲ୍ଲା ଲୁଟେରା ଗିରଫ : ମାଉଜର, ବାଇକ ଜବତ ଓ ଛୁରୀ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ, (ଶାସକ ପ୍ରଶାସକ): ନୟାଗଡ଼ ସହିତ ନିକଟସ୍ଥ ଜିଲ୍ଲା ଗୁଡିକରେ ଦିର୍ଘ ଦିନ ଧରି ଲୁଟ୍ତରାଜ କରି ଚାଲିଥିବା ଦୁର୍ଦାନ୍ତ ଆନ୍ତଃ ଜିଲ୍ଲା ଲୁଟେରା ଅପରାଧି ଫକୀର ପ୍ରଧାନ (୨୩)କୁ ଓଡଗାଁ ଆଇଆଇସି ଜୋତି ପ୍ରକାଶ ପଣ୍ଡାଙ୍କ ନେତୃତ୍ୱରେ ସହକର୍ମୀମାନେ ଜୋଜନା ଅନୁସାରେ ଗିରଫ କରି ଆଜି କୋର୍ଟ ଚାଲଣ କରିିଛନ୍ତି । ଜାମିନି ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି  । ଗିରଫ ଅଭିଯୁକ୍ତ ଫକୀରର ଘର ଓଡଗାଁ ଥାନା ଅନ୍ତର୍ଗତ ଗୁଆନ୍ଦ ଗ୍ରାମରେ । ଓଡଗାଁ ପୋଲିସ ଗତକାଲି ରାତିରେ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଭୋର ୪ଟା ବେଳେ ଓଡଗାଁ ସିନେମା ହଲ ଛକ ନିକଟରୁ ତାକୁ ଗିରଫ କରି ତା ନିକଟରୁ ଗୋଟିଏ ମାଉଜର, ଏକ ଚୋରା ପଲସର ବାଇକ ଓ ଗୋଟିଏ ଛୁରୀ ଜବତ କରିଛନ୍ତି । ୨୦୧୫ ମସିହା ଓଡଗାଁ ଥାନା କେଶ ନମ୍ବର ୧୫୪ ଅନୁସାରେ ଫକୀର ନିଜ ଗାଁ ନିକଟରୁ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୧ଲକ୍ଷ ୫୧ହଜାର ଟଙ୍କା ଲୁଟି ଜୀବନର ପ୍ରଥମ ଚୋରିର ସଫଳତା ପାଇଥିବା କହିିଥିଲା । ପରେ ସେ ଆଉ ପଛକୁ ନଫେରି ଘଟାଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ଅନେକ ଘଟଣା । ସୁଚନା ଅନୁଶାରେ ଅଭିଯୁକ୍ତ ଫକୀର ଓ ତାର ସହଯୋଗୀମାନେ ନିକଟରେ ଓଡଗାଁ ଜାରିଙ୍ଗୀ ଠାରେ ନରସିଂଘ ପୃଷ୍ଟିଙ୍କର ଗ୍ଲାମର ଗାଡି ସହିତ ପର୍ସ, ପରେ ପିମିଟି କଲେଜ ନିକଟରୁ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୩୨ହଜାର ଟଙ୍କା, କୁରାଳରୁ ବୋଲେରୋ ଭଡାରେ ନେଇ ରଣପୁର ଓ ଟାଙ୍ଗି ଅଂଚଳରେ ଡକାୟତି, ପଥରା ଛକ ଠାରେ ଓଡଗାଁ କଲେଜର ଦୁଇ ସହପାଠୀଙ୍କ ଠାରୁ  ମୋବାଇଲ ଫୋନ ଲୁଟ୍ । ଦିନକ ପରେ ବାହାଡାଝୋଲାର ଜଣେ ସାମ୍ବାଦିକ ଓଡଗାଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ସନ୍ଧ୍ୟା ୬ଟା ବେଳେ ଢୋଲମସ୍କା ଠାରେ ତାଙ୍କଠାରୁ ୩ ହଜାର ଟଙ୍କା ସହ ମୋବାଇଲ ଛଡାଇ ନେଇଥିଲେ । ଏପରି ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଥିବା ଫକିର ଗ୍ୟାଙ୍କ ଓଡଗାଁ ପୋଲିସ ପାଇଁ ଚାଲେଞ୍ଜ ହୋଇପଡିଥିଲା । ଏ ସମସ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଫକିରକୁ ଗିରଫ କରିବା ପାଇଁ ଓଡଗାଁ ଥାନା ଆଇଆଇସି ଉଦ୍ୟମ ଆରମ୍ଭ କରିଥିଲେ । ଶରଣକୁଳ ଆଇଆଇସି ମନୋଜ କୁମାର ଶତପଥିଙ୍କ ସୂଚନା  କ୍ରମେ ଏବଂ ଏ ଏସ ଆଇ ବି.ଡି.ବିଶ୍ୱାଳ, ରମେଶ କୁମାର ବେହେରା ଓ ସହକର୍ମୀମାନେ ଯାଇ ମଙ୍ଗଳବାର ଭୋର ସମୟରେ ସ୍ଥାନୀୟ ଫିଲିମ୍ହଲ୍ ଛକ ଠାରେ ଫକିରକୁ ଦେଖି ଆଇଆଇସି ଜୋତିରଞ୍ଜନ ପଣ୍ଡା ଚତୁରତା ସହକାରେ ତା ପଛପଟୁ ଧରିଥିଲେ । ଫକିର ମାଉଜର ବ୍ୟବହାର କରିବା ପୁର୍ବରୁ ଅନ୍ୟ ସହଯୋଗୀମାନେ ପହଁଚି ତାକୁ କାବୁ କରିନେଇଥିଲେ । ଓଡଗାଁ ଆଦର୍ଶ ଥାନା ଘୋଷଣା ହେବା ପରେ ପୋଲିସର ଏଇ ସଫଳତା ସ୍ଥାନୀୟ ଅଂଚଳରେ ଆଲୋଚ୍ୟ ହୋଇଛି ।  

 

0
0
0
s2sdefault