ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ଜିଲା ଓ ଦୈାରା ଜଜ୍ ସଞ୍ଜୟ ରଞନ ବହିଦାର ଏକ ମାମଲାର ବିଚାରକରି ଅଭିଯୁକ୍ତ ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବଡକୁଲଡିହା ଗ୍ରାମର ସୁନାରାମ ସିଂ(୩୦)ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୨୪ ଅନୁ୍ୟାୟୀ ଦୁଇବର୍ଷ କାରାଦଣ୍ଡ ସମେତ ୧୦୦୦ ଟଙ୍କା ଜୋରିମାନା, ଏହାର ଅନାଦେୟରେ ଅଧିକ ଏକ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଧାରା ୩୨୫ ଅନୁଯାୟୀ ତିନି  ବର୍ଷ କାରାଦଣ୍ଡ ସମେତ ୨୦୦୦ ଟଙ୍କା ଜୋରାମାନା ଓ ଏହା ଅନାଦେୟ ହେଲେ ଅଧିକ ଏକ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ,  ୨୦୧୬ ଜୁନ ୨୨ ରାତ୍ରୀ ୮ଟା ସମୟରେ କୁଳିଅଣା ଥାନା ଅନ୍ତର୍ଗତ  ବଡକୁଲଡିହା ଗ୍ରାମର ଜୟରାମ ମହାନ୍ତ ବାହାରକୁ ଯାଇଥିବା ସମୟରେ ଘରେ  ସ୍ତ୍ରୀ, ପୁତ୍ର ଓ ଝିଅ ରହିଥିବା ବେଳେ ଅଭିଯୁକ୍ତ ସୁନାରାମ ଘର ଭିତରକୁ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ପଦ୍ମାବତୀଙ୍କ ବେକ, ହାତ ପାପୁଲି ଓ ମୁଣ୍ଡରେ  ଆକ୍ରମଣ କରିଥିଲା । ଏହି ସମୟରେ ମା କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଅଭିଯୁକ୍ତ ସୁନାରାମର ଆକ୍ରମଣର ଶୀକାର ପାଲଟିଥିଲା । ଫଳରେ ଝିଅ ପାଟି କରି ସମସ୍ତଙ୍କୁ ଡାକ ପକାଇବା ସମୟରେ ଅଭିଯୁକ୍ତ ସୁନାରାମ ଘଟଣା ସ୍ଥଳରୁ ଦୈାଡି ପଳାଇଥିଲା । ଏବିଷୟରେ ଜୟରାମ ଖବର ପାଇ ଘରକୁ ଆସି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ଏବଂ ପୁଅକୁ ଦେଖି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏ ବାବଦରେ ଜୟରାମଙ୍କ ସୁନାରାମଙ୍କ ବିରୋଧରେ କୁଳିଅଣା ଥାନାରେ ଅଭିଯୋଗ କରିବା ପରେ କେଶନଂ-୯୭/୧୬ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶରଦ ଚନ୍ଦ୍ର ସାମନ୍ତ ପରିଚାଳନା କରିଥିଲେ ।

 

0
0
0
s2sdefault