ହେଡଲାଇନସ୍:

ବେଲାଟିକିରି ଠାରେ ଥିବା ଶିଶୁଗୃହ ପ୍ରସଙ୍ଗକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି : ସସ୍ମିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବେଲାଟିକିରି ଠାରେ ଥିବା ଶିଶୁଗୃହର ଅନ୍ତେବାସିନୀମାନଙ୍କ ପ୍ରତି ଅସଦାଚରଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତୁରନ୍ତ ଦୃଢ଼  କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛନ୍ତି । ସେହି ଶିଶୁଗୃହକୁ ପୋଲିସ ସିଲ୍‍ କରିବା ସହ ପରିଚାଳନା ନିର୍ଦ୍ଦେଶକଙ୍କୁ ଇତିମଧ୍ୟରେ ଗିରଫ କରିଛି । ଏଥିସହ ଜିଲ୍ଲା ପ୍ରଶାସନ ଜରିଆରେ ଶିଶୁଗୃହର ଅନ୍ତେବାସିନୀମାନଙ୍କୁ କିପରି ଉଚିତ୍‍ ଥଇଥାନ କରାଯାଇପାରିବ ସେଥିନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଏଠାରେ ଭାରତୀୟ ଜନତା ପାର୍ଟି ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଂଗକୁ ଯେଭଳି ରାଜନୀତିକରଣ କରୁଛି, ତାହା ଅନ୍ୟନ୍ତ ନିନ୍ଦିନୀୟ ଏବଂ ଦୁଃଖଦାୟକ । ଆଗାମୀ ସାଧାରଣ ନିର୍ବାଚନକୁ ଆଉ ୩/୪ମାସ ଥିବାବେଳେ ବିଜେପି ଏହି ପ୍ରସଂଗରୁ ରାଜନୀତି ଫାଇଦା ଉଠାଇବାକୁ ଚେଷ୍ଟା କରୁଛି । ବିଜୁ ଜନତା ଦଳ ଆଶା ରଖୁଛି ଯେ ଛୋଟ ଛୋଟ ଶିଶୁ ଓ ତାଙ୍କ ଭବିଷ୍ୟତକୁ ନେଇ ଏପରି ନିମ୍ନମାନର ରାଜନୀତି ଖେଳ ଖେଳିବାରୁ ବିଜେପି ବିରତ ରହୁ ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 

0
0
0
s2sdefault