ହେଡଲାଇନସ୍:

ମାକୁ ମାରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ୍ ଜଜ୍ ଡ଼ଃ. ଭି. ସୁଜାତା ଆଜି ମାକୁ ମାରଣାନ୍ତକ ଆକ୍ରମଣ ମାମଲାରେ ପୁଅକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୨୬ ଅନୁସାରେ ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଅନାଦେୟରେ ଅଧିକ ଏକ ମାସ ସଶ୍ରମ ଜେଲଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୮ ଏପ୍ରିଲ ୧୬ ରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ପୁରୁଣାଡିହି ଗ୍ରାମର ଧିରାଇ ଚାପେୟାର(୩୮) ସହିତ ତାର ମା ଚିତା ଟୁଡ଼ୁଙ୍କ ସହିତ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ଅଧିଯୁକ୍ତ ଧିରାଇ କ୍ରୋଧାନ୍ନିତ ହୋଇ ତଳେ ପଡ଼ିଥିବା ଏକ କାଠ ଖୁଣ୍ଟକୁ ଉଠାଇ ସେଥିରେ ତାର ମା ଚିତା ଟୁଡ଼ୁଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା । ଫଳରେ ଚିତାର ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଥିଲା । ଏହି ଖବର କକା ଅନାଦି ଚରଣ ଟୁଡ଼ୁ ତାର ସାନ ଭାଇଙ୍କ ନିକଟରୁ ଶୁଣିବା ପରେ ଘରକୁ ଦୌଡ଼ି ଯାଇ ଚିତା ରକ୍ତ ଜୁଡ଼ୁବୁଡ଼ୁ ଓ ଚେତାଶୂନ୍ୟ ଅବସ୍ଥାରେ  ତଳେ ପଡ଼ିଥିବାର ଦେଖି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଥିଲେ । ଏହ ବିଷୟରେ କକା ଅନାଦି ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୧୪/୧୮ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ଧିରାଇ ଚାପେୟାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଉକ୍ତ ମାମଲାରେ ଥିବା ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ଏସ. କେ. ଦାସ ପରିଚାଳନା କରିଥିଲେ । 

 

 

0
0
0
s2sdefault