ହେଡଲାଇନସ୍:

ରିଲିଫ ନେଇ ଯାଉଥିଲେ, ଘଟିଲା ଅଘଟଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଆର ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ୧୦୦ ଫୁଟ ତଳକୁ ଖସିଲା ରିଲିଫ ବୋଝେଇ ଟ୍ରକ । ଟ୍ରକ ନଂ ଏ.ପି.୦୭-ଟିଟି-୩୨୯୯ । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ  ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପାଲକୋଣ୍ଡା ଅଞ୍ଚଳର ନାରାୟଣ ରାଓ, କାଶୀନଗର ରୋଡ଼ର ଲୋପିଲୋଟି ରାମାରାଓ ଓ ଭବାନୀ ପାଟଣା ରାମନଗର ପଡା ଅଞ୍ଚଳର ମଳୟ କୁମାର ତ୍ରିପାଠୀ । ପାରଳାଖେମୁଣ୍ଡିର ଏକ ଟ୍ରକ ରିଲିଫ ସାମଗ୍ରୀ ଧରି ମୋହନା ଅଭିମୁଖେ ଯାଉଥିବା ବେଳେ ଆର ଉଦୟଗିରି ଠାରୁ ଦୁଇ ତିନି କିମି ଦୁରର ବାଦପୁର ଘାଟିରେ ଭାରସାମ୍ୟ ହରାଇ ୧୦୦ଫୁଟ ତଳକୁ ଖସିପଡି ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସା ପାଇଁ ପଠାଇଥିଲେ ।

 

0
0
0
s2sdefault