ହେଡଲାଇନସ୍:

ଛପଡା ରେ ଗୁଳିକାଣ୍ଡ,ଅଟୋ ଚାଳକ ଗୁରୁତର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ଥାନା ଅଧିନସ୍ଥ ଛପଡା ବଜାରରେ ଆଜି ରାତି ପ୍ରାୟ ୮ଟା ରେ ଗୁଳିକାଣ୍ଡ ଘଟି ସମିର ଦାସ ନାମକ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନାନୁଯାୟୀ ସ୍ଥାନୀୟ ଛପଡା ବଜାର ପାଣ୍ଡରା ଗ୍ରାମର ରାଜା ପାତ୍ର ନାମକ ଯୁବକ ସହ ଛପଡା ଗ୍ରାମର ଅଟୋ ଚାଳକ ସମୀର ଦାସଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା।ଏଥିରେ ରାଜା ଉତ୍ୟକ୍ତ ହୋଇ ସମିରଙ୍କୁ ୧ରାଉଣ୍ଡ ଗୁଳି କରିଥିଲେ।ଗୁଳି ଡାହାଣ ଗୋଡ ଜଙ୍ଘ ରେ ବାଜିବାରୁ ସମିର ସେହିଠାରେ ଟଳିପଡି ଥିଲା।ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

0
0
0
s2sdefault