ହେଡଲାଇନସ୍:

ଅବସର ପ୍ରାପ୍ତ ଲାଞ୍ଚୁଆ ମୁଖ୍ୟ କିରାଣୀଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )

ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ସେକ. ଜାହିର ଅହମ୍ମଦ ଆଜି ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ତଥା ବାରିପଦା ପୌରପରିଷଦର ୱାଡର଼୍ ନଂ ୫ରେ ବସବାସ କରୁଥିବା ସନ୍ତୋଷ କୁମାର ବିଶ୍ୱାଳ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ୧୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୪ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ଶଙ୍କର୍ଷଣ ପୁଟି ୨୦୧୩ରେ ଅବସର ଗ୍ରହଣ କରିବା ପରେ ତାଙ୍କର ଜିପିଏଫ୍, ପେନସନ ଆଦି ଅବସରକାଳୀନ ସୁବିଧାସୁଯୋଗ ପାଇବା ପାଇଁ  କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ମୁଖ୍ୟ କିରାଣୀ ସନ୍ତୋଷ କୁମାର ବିଶ୍ୱାଳ ଫାଇଲକୁ ଜାକି ରଖିଥିଲେ ଏବଂ ଏଥି ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେବାପରେ ଶେଷରେ ଏକ ହଜାର ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇ ବାଲେଶ୍ୱର ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ ।  ୨୦୧୪ ନଭେମ୍ବର ୨୮ରେ ତକ୍ରାଳୀନ ମୁଖ୍ୟ କିରାଣୀ ସନ୍ତୋଷ କୁମାର ବିଶ୍ୱାଳଙ୍କୁ କାର୍ଯ୍ୟାଳୟରେ ଭେଟି ତାଙ୍କର ଦାବି ମୁତାବକ ଏକ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ ହାତରେ ଟ୍ରାପରେ ଧରାପଡ଼ିଥିଲେ । ଆଜି ଉକ୍ତ ମାମଲା(କେଶ ନଂ-୪୬/୧୪)ରେ ରହିଥିବା ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

0
0
0
s2sdefault