ହେଡଲାଇନସ୍:

ଲାବଣ୍ୟଗଡରେ ନିଆଁ : ଜଳିଗଲା ୧୩ଟି ଘରର ୨୨ଟି ବଖରା, ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ନଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ 

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଲାବଣ୍ୟଗଡ ଗ୍ରାମର ଉପରସାହିରେ ହଠାତ୍‍ ଅଗ୍ନିକାଣ୍ଡ ଘଟି ୧୩ଟି ଘରର ୨୨ବଖରା ପୋଡି ଲକ୍ଷାଧିକ ଟଙ୍କା ମୁଲ୍ୟର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର କାରଣ ଜଣାପଡିନାହିଁ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସମସ୍ତ ପୋଡି ନଷ୍ଟ ହୋଇଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ୧୩ ଘରର ଲୋକେ ଘରେ ଥିବା ବେଳେ ହଠାତ୍‍ ଗୋଟିଏ ଘରୁ ନିଆ ବାହାରି କ୍ଷଣିକେ ଦ୍ରୁତ ବେଗରେ ଅନ୍ୟ ଘର ମାନଙ୍କୁ ଲାଗିଯାଇଥିଲା । ଘରେ ଥିବା ସମସ୍ତ ଜିନିଷପତ୍ର ସବୁ ପୋଡିଯାଇଥିଲା । ଘରପୋଡିଯାଇଥିବା ବିପନ୍ନ ପରିବାର ହେଲେ ବାନ୍ଧି ବାଲାଜି, ରୁସିଙ୍ଗ ପାପାୟା, ବାନ୍ଧି ସିମାଞ୍ଚଳ, ପରିଲା ଲିଙ୍ଗରାଜ, ବାନ୍ଧି ଫାଲଗୁନା, ମିଶାଲ ଲକ୍ଷ୍ମୀ,ପ୍ରଧାନ ଲକ୍ଷ୍ମୀ , ଚିନ୍ତାଲୁ କରନକୁମାର, ପ୍ରଧାନୀ ସୁଜାତା ପ୍ରମୁଖଙ୍କ ଘର ପୋଡି ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଶୀତ କାକରର ଖୋଲାଆକାଶତଳେ ପଡି ରହିଛନ୍ତି । ଏମିତିକି ବିପନ୍ନଙ୍କ ମଧ୍ୟରୁ ଗରିଲା ଲିଙ୍ଗରାଜୁ ନିଜ ଝିଅ ବାହାଘର ପାଇଁ ରଖିଥିବାସମସ୍ତ ଜିନିଷ ପୋଡି ଛାରଖାର ହୋଇଯାଇଛି । ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ପୋଡି ନଷ୍ଟ ହୋଇଯାଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି । ଖବରପାଇ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ସହିତ କ୍ରିଷ୍ଣା, ନୃସିଂହ ଚରଣ ପଟ୍ଟନାୟକ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓ ଓ ତହସିଲଦାରଙ୍କୁ ସାକ୍ଷାତ କରି ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ । ଅନ୍ୟପକ୍ଷରେ ଅଗ୍ନିକାଣ୍ଡର ଖବର ପାଇଁ ଜିଲ୍ଲାପାଳ ଅନୁପମ ସାହା, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ବିପନ୍ନ ପରିବାରଙ୍କୁ ଭେଟିଥିଲେ । ସରକାରୀ ସହାୟତା ଭାବେ ପ୍ରତିପରିବାରକୁ ୨ଟି ଲେଖା କମ୍ୱଳ ଦିଆଯାଇଥିବା ସହ ବିପନ୍ନଙ୍କୁ ପାଇଁ ମାଗଣା ଖାଦ୍ୟ ଯୋଗାଇଦିଆଯାଉଥିବା ସରପଞ୍ଚ ପୁଣ୍ୟବତୀ ଚୌଧୁରୀ, ଏବଂ ଗ୍ରାମର ବାଲରାଜ ଚୌଧୁରୀଙ୍କ ପକ୍ଷରୁ କୁହାଯାଇଛି ।

 

0
0
0
s2sdefault