ହେଡଲାଇନସ୍:

ରାୟଗଡ଼ା ସହରର ମୁଖ୍ୟ ବଜାରରେ ଦୋକାନ ଉପରକୁ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଆସାମୀ ବିଶାଖାପାଟଣାରୁ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ପର୍କୀୟ ମହିଳାଙ୍କୁ ଇଣ୍ଟରନେଟରେ ଚାଟିଂ କରି ହଇରାଣ କରିବାକୁ ନେଇ ଶତ୍ରୁତା  

ଗାଜ଼ୀଆବାଦରୁ ଆସି ରାୟଗଡାରେ ଗୁଳି ଚଳାଇଥିଲା ଅଭିଯୁକ୍ତ 

ରାୟଗଡ଼ାରୁ ସରୋଜ କୁମାର ସାହୁ : ଗତ ୨୦/୧୧/୨୦୧୮ ତାରିଖ ରାତିରେ ରାୟଗଡ଼ା ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ମୋହିତ ଆଶରାନୀଙ୍କ ରେକୋମେଣ୍ଡ ରେଡିମେଡ ଦୋକାନ ଉପରକୁ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଆସାମୀ ପ୍ରଭାତ ରାଣାଙ୍କୁ ଆନ୍ଧ୍ରର ବିଶାଖାପାଟଣା ରେଳ ଷ୍ଟେସନରେ ରାୟଗଡ଼ା ଏସଡିପିଓ ରାଜ କିଶୋର ଦାଶ ଓ  ଆଇଆଇସି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନେତୃତ୍ୱରେ ଏସଆଇ ରାଜକିଶୋର ବେହେରା ଓ ଏଏସଆଇ ଟି.ରାବନାଙ୍କ ସହ କିଛି ପୋଲିସ କର୍ମୀଙ୍କ ସହାୟତାରେ ଗୁଳିକାଣ୍ଡର ଆରୋପୀ ପ୍ରଭାତ ରାଣାଙ୍କୁ ଗିରଫ କରି ରାୟଗଡ଼ାକୁ ଆଣି ଥିଲେ ଆଜି ୨୭/୧୧/୨୦୧୮ ସନ୍ଧ୍ୟା ୪:୩୦ମିନିଟ ସମୟରେ ରାୟଗଡ଼ା ଏସପି ଶ୍ରୀଯୁକ୍ତ ରାହୁଲ ପି ଆର୍ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଥିଲେ ଯେ, ଉକ୍ତ ଆରୋପୀ ଯିଏକି ଗାଜ଼ୀଆବାଦର ବାସିନ୍ଦା ସେ ରାୟଗଡ଼ା ସ୍ଥିତ ରେକୋମେଣ୍ଡ ଡ୍ରେସ ଦୋକାନ ମାଲିକଙ୍କ ସମ୍ପର୍କୀୟ ମହିଳାଙ୍କୁ ଇଣ୍ଟରନେଟରେ ଚାଟିଂ କରି ହଇରାଣ କରୁଥିଲେ |  ତେଣୁ ମୋହିତ ଫୋନ କରି ସେପରି ନ କରିବାକୁ ତାଗିଦ କରିଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଏହା ପରେ ମୋହିତଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଯୋଜନା କରିଥିଲେ । ଘଟଣା ଦିନ ରାତିରେ ଅଭିଯୁକ୍ତ ରାୟଗଡ଼ା ଆସି ଦୋକାନ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ରାୟଗଡ଼ା ପୋଲିସର ଏକ ଟିମ ବିଶାଖାପାଟଣାରେ ଚଢ଼ାଉ କରି ଅଭିଯୁକ୍ତ ପ୍ରଭାତ ରଣାଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ଠାରୁ ଗୋଟିଏ ପିସ୍ତଲ ସହ ସାତଟି ଅଫୁଟା ଗୁଳି ଓ ମାରଣାସ୍ତ୍ର ଜବତ କରିଥିବା ସୂଚନା ଦେଇଥିଲେ । ଅଧିକ ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜ କିଶୋର ଦାଶ ଓ ଆଇଆଇସି କୃଷ୍ଣ ଚନ୍ଦ୍ର ଭତ୍ରା ଉପସ୍ଥିତ ଥିଲେ 

 

0
0
0
s2sdefault