ହେଡଲାଇନସ୍:

ପୋଲ ତଳକୁ ଖସିଲା କାର,1 ମୃତ 7 ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଅନ୍ତର୍ଗତ ଧଉରାଖମଣ ନିକଟସ୍ଥ ଶଗଡ଼ିଆ ବ୍ରିଜ ପୋଲ ତଳକୁ ଖସିଲା ଏକ ଟ୍ରାବେରା କାର l ଉକ୍ତ ଦୁର୍ଘଟଣାରେ 1ଜଣ ମୃତ ଓ 7 ଜଣ ଆହତ ହୋଇଛନ୍ତି l ଆହତ ବ୍ୟକ୍ତି ମାନେ ହେଲେ, ହରିବଂଧୁ ନାଏକ(36)କଳ୍ପନା ସାହୁ(35)କାଳିଆ ସାହୁ(30)ବିଜୟ କୁମାର ସାହୁ(31)ବିଷ୍ଟୁ ଚରଣ ସାହୁ(40)ସୁନିତା ଭୋଇ(50)ସଞ୍ଜୁ ସାହୁ(25) ଏବଂ ମୃତ ଜଣକ ହେଲେ ମରାବତୀ ସାହୁ(60)l ସୂଚନା ମୁତାବକ ଜଣାପଡ଼େ ଯେ, ସେମାନେ ବରଗଡ଼ ଜିଲ୍ଲା ର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପଟୁ ପାଲି ଗ୍ରାମ ର ବୋଲି ଜଣା ପଡ଼ିଛି l ସେମାନେ ପଟୁପାଲି ଗ୍ରାମ ରୁ ବାହାରି କଟକ ଅଭିମୁଖେ ଯାତ୍ରା କରୁଥିଲେ lଦୁର୍ଭାଗ୍ୟ ବସତଃ ସେମାନେ ଧଉରାଖମଣ ନିକଟସ୍ଥ ଶଗଡ଼ିଆ ପୋଲ ଉପରୁ କାର ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ି ଥିଲା l ଏହି ଦିର୍ଘଟଣା ଟି ଆଜି ରାତ୍ର 3 ଘଟିକା ସମୟ ରେ ଘଟିଥିବା ଜଣାପଡ଼ିଛି l ଆହତ ବ୍ୟକ୍ତି ମାନଙ୍କୁ ଆମ୍ବୁଲାନ୍ସ 108 ଦ୍ୱାରା ରେଢ଼ାଖୋଲ ଡ଼ାକ୍ତରଖାନା ରେ ଭର୍ତ୍ତି କରି ତାଙ୍କ ମାନଙ୍କର ଚିକିସ୍ଛା କରାଯାଇଥିଲା l ସେଠା ଡ଼ାକ୍ତର ମୃତ ହୋଇଥିବା ମରାବତୀ ସାହୁ ଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟାନ 7 ଜଣ ଆହତ ବ୍ୟକ୍ତି ଙ୍କୁ ଗୁରୁତର ସଂଙ୍କଟାପନ୍ନ ଅବସ୍ଥା ପାଇଁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି lଉପର୍ଯ୍ୟୁକ୍ତ ସ୍ଥାନରେ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ କରିଛି l

 

0
0
0
s2sdefault