ହେଡଲାଇନସ୍:

ସାର୍ଟିଫିକେଟ ନେଇ ଆଉ ଆସିଲାନି ସୌମ୍ୟ, ଓଡଗାଁରେ ଶୋକାକୁଳ ପରିବେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ ( ଶ୍ରୀକାନ୍ତ କୁମାର ମିଶ୍ର ): ଗତକାଲି ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ ଏକ ମଇଁଷ ସହ ଧକ୍କା ହୋଇ ମହାନଦୀ ପୋଲ ତଳକୁ ଖସିପଡି ୧୨ଜଣଙ୍କର ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତକଙ୍କ ମଧ୍ୟରେ ଓଡଗାଁ ଅଂଚଳର ଜଣେ ଉଦୀୟମାନ ଯୁବକ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଗଣିତ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ମନୋରଂଜନ ସାହୁଙ୍କ ପୁଅ କୁମାର ସୈାମ୍ୟରଂଜନ(୨୩) ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ଘର ଓଡଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ବାଘରା ସାହିରେ । ସୈାମ୍ୟ ବିଟେକ୍ ଶିକ୍ଷା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଆଇଜିଆଇସି ଅନୁଷ୍ଠାନରୁ ସାର୍ଟିଫିକେଟ ନେଇ ଭୁବନେଶ୍ୱର ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଆଜି ତାଙ୍କର ଶବ ନୟାଗଡରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଓଡଗାଁ କଲେଜର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ଓ ସମସ୍ତ ଅଧ୍ୟାପକ କର୍ମଚାରୀମାନେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । 

 

 

 

 

0
0
0
s2sdefault